fbpx

ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଶ୍ୱଟେଷ୍ଟ ଚାମ୍ପିଅନ୍ ଟିମ୍‌କୁ ମିଳିବ ୧.୬ ମିଲିୟନ ଡଲାର

ଦୁବାଇ (ଓଡ଼ିଶା ଭାସ୍କର): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍  ଫାଇନାଲ ମ୍ୟାଚର ବିଜେତାଙ୍କୁ ମିଳିବ ୧.୬ ମିଲିଅନ ଡଲାର ପୁରସ୍କାର ରାଶି ସହିତ ଟେଷ୍ଟ ଚାମ୍ପିଅନସିପ୍ ଟେଷ୍ଟ ଗଦା । ପୂର୍ବରୁ ଆଇସିସି ପକ୍ଷରୁ ପୁରୁଷ ଦଳର ମାନ୍ୟତା ଆଧାରରେ ଶୀର୍ଷ ଦଳକୁ ଟେଷ୍ଟ ଗଦା ପ୍ରଦାନ କରା ଯାଉଥିଲା । ସୋମବାର ଦିନ ଏହି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ସେହିରି ପରାଜିତ ଦଳ ପାଇବ ୮୦୦୦,୦୦୦ଡଲାର ।

ସୂଚନା ଯୋଗ୍ୟ ଯେ ଗତ ଦୁଇ ବର୍ଷ ଧରି ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇ ଆସୁଥିଲା । ଏଥିରେ ୯ ଟେଷ୍ଟ ପ୍ଲେଇଂ ଦେଶ ପରସ୍ପର ବିରୋଧରେ ଦ୍ୱିପକ୍ଷିକ ସିରିଜ ଖେଳିଥିଲେ । ତେବେ ତୃତୀୟ ସ୍ଥାନପ୍ରାପ୍ତ ଦଳକୁ ମିଳିବ ୪୫୦,୦୦୦ଡଲାର, ଚତୁର୍ଥ ସ୍ଥାନରେ ରହିବା ଦଳ ପାଇବ ୩୫୦,୦୦୦ ଡଲାର ,ପଞ୍ଚମ ସ୍ଥାନ ପ୍ରାପ୍ତ ଦଳକୁ ମିଳିବ ୨୦୦,୦୦୦ଡଲାର ଓ ଅବଶିଷ୍ଟ ୪ ଦଳ ୧୦୦,୦୦୦ ଲେଖାଏଁ ଡଲାର ପାଇବେ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ ଯଦି ଡ୍ର ରହେ,ତେବେ ପୁରଷ୍କାର ରାଶି ଉଭୟ ଦଳକୁ ସମାନ ଆକାରରେ ପ୍ରଦାନ କରାଯିବ ଏବଂ ଟେଷ୍ଟ ଗଦା ଦୁଇ ଫାଇନାଲିଷ୍ଟ ଦଳ ମଧ୍ୟ ଅଧା ସମୟ ପର୍ଯ୍ୟନ୍ତ ନିଜ ପାଖରେ ରଖିବେ ।

Get real time updates directly on you device, subscribe now.