fbpx
BSKY
BJD SHG SKY
BJD YOUTH SKY

କରୋନାରେ ଚାଲିଗଲେ ବିଶିଷ୍ଟ ଶିଳ୍ପପତି ତଥା ଦୈନିକ ‘ଇଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ର, ସତ୍ୟନଗର ଶ୍ମଶାନରେ ଶେଷକୃତ୍ବ ସମ୍ପନ୍ନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗତକାଲି ରାତି ୧୦ରେ ରାଉରକେଲାରେ ଜଣେ ଜଣାଶୁଣା ଶିଳ୍ପପତି ତଥା ଦୈନିକ ‘ଈଶ୍ୱର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ର ଙ୍କର ମାତ୍ର ୬୩ ବର୍ଷ ବୟସରେ କରୋନାରେ ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଖଗେଶ୍ୱର ମହାପାତ୍ରଙ୍କର ସେ ପୁତ୍ର ହୋଇଥିଲା ଓ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁତ୍ର ଓ ବୋହୁ ଜ୍ଞାତି କୁଟୁମ୍ବ ମାନେ ପାଖରେ ଥିଲେ ।

ସତ୍ୟନଗର ସ୍ଥିତ ମଶାଣିର ‘ବିଏମ୍‌ସି’ ପକ୍ଷରୁ ତାଙ୍କର ଶେଷ କୃତ୍ୟ ସମ୍ପାଦନ ହୋଇଥିଲା । ପୁତ୍ର ସ୍ୱୟଂ ମହାପାତ୍ର ମୁଖାଗ୍ନି ଦେଇ ଶେଷ ବିଦାୟ ଦେଇଥିଲେ । ତାଙ୍କର ଏଇ ଅସମୟ ମୃତ୍ୟୁରେ ଖବରକାଗଜ ଦୁନିଆ ସହିତ ସେ ଜଡିତ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ବ୍ୟାଙ୍କ ତଥା ଶୁଭେଛୁ ବନ୍ଧୁ ମାନଙ୍କ ମଧ୍ୟରେ ଦୁଃଖରେ ଲହରୀ ଖେଳିଯାଇଛି।

Get real time updates directly on you device, subscribe now.