fbpx

କୁକୁର କାମୁଡାକୁ କେନ୍ଦ୍ର କରି କୁକୁର ଓ ମାଲିକକୁ ଗୋଡାଇ ଗୋଡାଇ ଭୁଜାଲି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତକୁ ଧରିଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁକୁର କାମୁଡାକୁ କେନ୍ଦ୍ରକରି ଖାରବେଳ ନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକକୁ କୁକୁର କାମୁଡି ଦେବାରୁ ଉତ୍ୟକ୍ତ ହୋଇ ଉକ୍ତ କୁକୁର, କୁକୁର ମାଲିକ ଓ ତାଙ୍କର ସାଙ୍ଗକୁ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଥିଲା । ଏମାନେ ଗୁରୁତର ଆହତ ହେବାରୁ ସେମାନଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ସୂଚନା ମିଳିଛି ।

ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକର ନାମ ମାନସ ବେହେରା ଓ ସେ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିର ବୋଲି ଜଣାପଡିଛି । ରବିବାର ଦ୍ୱିଇପ୍ରହରରେ ମାନସ ସତ୍ୟନଗର ଦୁର୍ଗା ମଣ୍ଡପ ବସ୍ତିିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । ଏହି ସମୟରେ ମାନସକୁ କୁକୁର କାମୁଡିବାରୁ ସେ କୁକୁରକୁ ଭୁଜାଲିରେ ଆକ୍ରମଣ କରିଥିଲା । ଏହାକୁ କୁକୁର ମାଲିକ ମିଲୁ ମଲ୍ଲୀକ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ତାଙ୍କ ସାଙ୍ଗଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

Get real time updates directly on you device, subscribe now.