ଟିକା ପାଇଁ କୋ-ୱିନ୍ରେ ପଞ୍ଜିକରଣ ଜରୁରି ନୁହେଁ, ଟିକାକରଣ କେନ୍ଦ୍ରକୁ ଯାଇ ନେଇ ପାରିବେ ଭ୍ୟାକ୍ସିନ୍: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ଟିକା ନେବାକୁ କୋ-ୱିନ୍ ଆପ୍ରେ ପଞ୍ଜିକରଣ ନିହାତି ଜରୁରି ନୁହେଁ । ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା ନେଇପାରିବେ । ମଙ୍ଗଳବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।
GoI is committed to provide #VaccineForAll under world’s #LargestVaccineDrive
Prior registration on #COWIN is not required to get vaccinated.
Walk-in & assisted registrations are being facilitated for citizens above 18y of age at all #COVID19 vaccination centres in the country. pic.twitter.com/3RTtKX8qI9— Dr Harsh Vardhan (@drharshvardhan) June 15, 2021
ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ଅନ୍ଲାଇନରେ ପଞ୍ଜିକରଣ କରି ସ୍ଲଟ୍ ନେବାକୁ ପଡ଼ୁଥିଲା । କିନ୍ତୁ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଟିକାକରଣର ଗତି ମନ୍ଥର ହୋଇଯାଇଥିବାରୁ ସରକାର ଟିକାକରଣ ପାଇଁ ପୂର୍ବରୁ ପଞ୍ଜିକରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ।