fbpx

ରାଜ୍ୟରେ କମୁନି କରୋନା ମୃତ୍ୟୁସଂଖ୍ୟା: ଆଜି ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କମୁନାହିଁ କରୋନା ମୃତ୍ୟୁ । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ନିଦ ହଜାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୪ ଜଣ ଲେଖାଏଁ, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବରଗଡ଼, ବୌଦ୍ଧ, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.