fbpx

ପାକିସ୍ତାନ ସଂସଦରେ ହାଇଭୋଲଟେଜ୍ ଡ୍ରାମା; ଜାଣନ୍ତୁ କଣ ହେଲା..

ଦିଲ୍ଲୀ: ପାକିସ୍ତାନ ସଂସଦରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୋଭା ପାଉ ନାହିଁ । ଆପଣ ଦେଖିଲେ ଭାବିବେ ଯେ ତାହା ସଂସଦ ନା ଚିଡ଼ିଆଖାନା । ନା ଥିଲା ଶୃଙ୍ଖଳା ନା ଥିଲା ଶାନ୍ତି । ପରସ୍ପରକୁ ଧକ୍କା ମାରିବା ସହ ଚାଲିଥିଲା ଦୁର୍ବ୍ୟବହାର । କେବଳ ଏତିକି ନୁହେଁ ଜିନିଷ ଆଦିକୁ ଫୋଫାଡି ଥିଲେ ।

ଏନେଇ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଇମ୍ରାନ ଖାନ୍ ସରକାରଙ୍କ ବଜେଟ ପ୍ରସ୍ତାବକୁ ନେଇ ପାକିସ୍ତାନ ସଂସଦ ଗୃହରେ ସଦସ୍ୟମାନେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ରାଷ୍ଟ୍ରିୟ ବିଧାନସଭାରେ ବିରୋଧୀ ଦଳର ନେତା ଶାହାବାଜ୍ ଶରିଫ୍ ଯେତେବେଳେ ଗୃହକୁ ସମ୍ବୋଧିତ କରିଥିଲେ ସେତେବେଳେ ଏହି ବିଶୃଙ୍ଖଳା ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପାକିସ୍ତାନ ତେହରିକ୍-ଇ-ଇନସାଫ୍(ପିଟିଆଇ)ର ସାଂସଦ ଅଲ୍ଲୀ ନୱାଜ ଆୱାନ ଅନ୍ୟ ସାଂସଦଙ୍କୁ ଗୋଟିଏ ପରେ ଗୋଟିଏ ଆପତ୍ତିଜନକ ଭାଷା କହିବା ଆରମ୍ଭ କରି ଦେଲେ ଓ ପ୍ରଶ୍ନ ଉତ୍ତରର ଏକ ଖାତା ବିରୋଧୀ ଦଳର ନେତାଙ୍କ ଉପରକୁ ଫୋପାଡି ଥିଲେ ।

ଶାହାବାଜ୍ ଶରିଫ୍ ଙ୍କ ଭାଷଣ ଉପରେ ପିଟିଆଇ ସାଂସଦ ଆରମ୍ଭରୁ ନାରାବାଜି କରିଥିଲେ । ଏହାରି ଭିତରେ ପିଟିଆଇ ସାଂସଦ ନିଜ ସରକାରଙ୍କ ବଜେଟ୍ ଖାତା ଫୋଡିବା ଆରମ୍ଭ କରିଥିଲେ । ଏହି ହଙ୍ଗାମା ଭିତରେ ଶାହାବାଜ୍ ଶରିଫ୍ ତାଙ୍କର ଭାଷଣକୁ ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ପିକର ଅସଦ୍ କ୍ୟାସର ସାଂସଦଙ୍କୁ ରୋକିବାକୁ ପ୍ରୟାସ କରୁଥିଲେ । ହେଲେ ଏହି ବିଶୃଙ୍ଖଳା ବନ୍ଦ ହେବାର ନାଁ ଧରୁନଥିଲା ।

ସଂସଦରେ ହୋଇଥିବା ଏହି ଉତ୍ତେଜନା ସମୟରେ ପିଟିଆଇର ମହିଳା ସାଂସଦ ମାଲେକା ବୋଖରୀ ମଧ୍ୟ ଆହାତ ହୋଇଥିଲେ । କୁହାଯାଉଛି କି ମହିଳାଙ୍କ ଆଖିରେ କାଗଜର ଖାତା ଆଘାତ ଲାଗିଥିଲା, ପରେ ତାଙ୍କୁ ମଧ୍ୟ ଚିକିତ୍ସା କରାଯାଇଥିଲା । ବିଶେଷ କଥା ହେଉଛି ଏହି ଉତ୍ତେଜନା ସମୟରେ କିଛି ପିଟିଆଇ ନେତା ମଧ୍ୟ ହସୁଥିବାର ଦେଖାଯାଇଥିଲା । ଏହି ଉତ୍ତେଜନା ପରେ ଶାହବାଜ ଟ୍ୱିଟ୍ କରି କହିଛନ୍ତି ଯେ ସଂସଦରେ ଶାସକ ଦଳର ସଦସ୍ୟମାନେ କିପରି ଦୁର୍ବ୍ୟବହାର କରୁଛନ୍ତି ତାହା ଆଜି ସାୋ ଦେଶ ଟିଭିରେ ଦେଖିଛନ୍ତି । ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ।

Get real time updates directly on you device, subscribe now.