fbpx

ପ୍ରେମରେ କଣ୍ଟା ସାଜିଲା ସରକାରୀ ଚାକିରି, ହତାଶ ପ୍ରେମିକ ଉଠାଇଲେ ବନ୍ଧୁକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସେ ଝିଅ ମୋତେ ଭଲ ପାଉଥିଲା । ଯଦି ପ୍ରମାଣ ଦରକାର, ତେବେ ମୋବାଇଲ ଦେଖନ୍ତୁ, ସେଥିରେ ସବୁ ଅଛି । ଝିଅ ଧୋକ୍କା ଦେଲା ବୋଲି ମୁଁ ଏହି କାରନାମା କରିନାହିଁ । ଆମେ ଦୁଇଜଣ ଏକା ଜାତିର ଆଉ ଦୁଇଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସମାନ । ଏହା ପରେ ମଧ୍ୟ ଝିଅର ପରିବାର ଲୋକ ସରକାରୀ ଚାକିରିଆକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଯଦି ବିବାହ ପାଇଁ ଅଧାରୁ ଧୋକ୍କା ଦେବ, ତେବେ ଦୁଇବର୍ଷର ରିଲେସନସିପ୍ କ’ଣ ପାଇଁ ରଖିବ । ସମାଜକୁ ମୁଁ ଏହା ମାଧ୍ୟମରେ କିଛି ନୂଆ ମେସେଜ୍ ଦେବାକୁ ଚାହୁଁଛି ଯେ, ଚାକିରି ଓ ବିଜିନେସକୁ କାହିଁକି ତୁଳନା କରାଯାଉଛି । ହତ୍ୟା ପାଇଁ ନୁହେଁ, ଭୟଭୀତ କରିବା ପାଇଁ ମୁଁ ପ୍ରେମିକାର ପରିବାର ଲୋକଙ୍କୁ ବନ୍ଧକ ରଖିଥିଲି ।’ ଏକଥା କହିଛନ୍ତି ଗତକାଲି ବଲାଙ୍ଗିରରେ ଆତଙ୍କରାଜ ଘଟାଇଥିବା ଯୁବକ ବିକ୍ରମ ପଣ୍ଡା ।

ଜଣେ ସରକାରୀ ଚାକିରିଆଙ୍କ ପୁତ୍ର ବିକ୍ରମ ପିଜି ପାସ କରିବା ପରେ ନେଟ୍ କାଫେ ବିଜିନେସ୍ କରୁଥିଲେ । ୩ ବର୍ଷ ପୂର୍ବରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ବିକ୍ରମ ଦୁଇବର୍ଷ ତଳୁ ବୌଦ୍ଧରୁ ବନ୍ଧୁକ ଆଣି ନିଜ ପାଖରେ ବନ୍ଧୁକ ରଖିଥିବା କଥା ସ୍ୱୀକାର କରିଛନ୍ତି । ତେବେ ହତ୍ୟା ବିକ୍ରମଙ୍କର ଉଦ୍ଦେଶ୍ୟ ନଥିଲା, ସେ ଯୁବପୀଢ଼ିଙ୍କୁ କିଛି ବାର୍ତ୍ତା ଦେବାକୁ ଚାହୁଁଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯୁବତୀ ଜଣଙ୍କ ଏ ପର୍ଯ୍ୟନ୍ତ କାହିଁକି ନିରବ ଅଛନ୍ତି । ଆଜି ବିକ୍ରମ ପୋଲିସ ହେପାଜତରେ ଆଉ ଯୁବତୀ ନିଜ ଘରେ, ଦୁଇ ଜଣଙ୍କ ମଧ୍ୟରେ ଫରକ ଏତିକି । ଜଣେ ଦେଲା ଧୋକ୍କା ଆଉ ଜଣେ ପାଉଛି ସଜ୍ଜା । ଜଣଙ୍କୁ ସେତିକି ନ ବାଧିଲେ ଜଣେ ମାନସିକ ଅବସାଦରେ ରହି ମେଡିସିନ ସେବନ କରିବ ନାହିଁ । ପୋଲିସକୁ ଏହି ମାମଲାରେ ଅନେକ ତଥ୍ୟ ମିଳିଥିବା ବେଳେ ବିକ୍ରମଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.