fbpx

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨ ଡୋଜ ଟିକା ନେଇଥିବା ସବୁ କର୍ମଚାରୀ ଆସିପାରିବେ ଅଫିସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି କରୋନା ପ୍ରକୋପ । ଅବଶ୍ୟ ଏବେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଥିଲେ ବି ଟଳିନି ସଙ୍କଟ । ରାଜ୍ୟ ସରକାର କରୋନା ବିରୋଧୀ ଲଢ଼େଇ ପାଇଁ ଲକଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି  । ଏହା ସହ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

ତେବେ ଏହି କରୋନା ସ୍ଥିତିରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ । ୨ ଡୋଜ ଟିକା ନେଇଥିବା ସବୁ କର୍ମଚାରୀ କାର୍ଯ୍ୟାଳୟକୁ ଆସିପାରିବେ । ୨ଟି ଡୋଜ ଟିକା ନେଇନଥିବା କର୍ମଚାରୀ ରୋଷ୍ଟର ଡ୍ୟୁଟି କରିବେ । ଉପସଚିବ ଓ ତଦୁର୍ଦ୍ଧ ପାହ୍ୟା ଅଧିକାରୀ ଦୈନିକ ଅଫିସ୍ ଆସିବେ । ଜରୁରୀ ସେବାରେ ନିୟୋଜିତ କାର୍ଯ୍ୟାଳୟ ୧୦୦% କର୍ମଚାରୀରେ ଚାଲିବ ।

Get real time updates directly on you device, subscribe now.