fbpx

ପୁଣି ଦୁଇ ଓଡ଼ିଆ ଖେଳିବେ ଟୋକିଓ ଅଲିମ୍ପିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦୁଇଜଣ ଓଡ଼ିଆ ବିରେନ୍ଦ୍ର ଓ ଅମିତ ସ୍ଥାନ ପାଇଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଭାରତୀୟ ହକି ଦଳ ଭଲ ସ୍ଥିତିରେ ରହିଥିଲେ ମଧ୍ୟ କୋଭିଡ୍ କାରଣରୁ ଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ପାଇନାହିଁ । ଇଣ୍ଟରନ୍ୟାସନାଲ ହକି ଫେଡେରେସନ (ଏଫଆଇଏଚ) ପ୍ରୋ ଲିଗରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିବା ଦଳ ଭଲ ଫର୍ମରେ ରହିଛି । ତେଣୁ ଦଳ ନିଶ୍ଚିତ ପଦକ ହାସଲ କରିବ ବୋଲି ଆଶା ଉଜ୍ଜୀବିତ ରହିଛି ।

ଭାରତୀୟ ହକି ଦଳ: ପିଆର ଶ୍ରୀଜେସ, ହରମନପ୍ରୀତ ସିଂ, ରୁପିନ୍ଦର ପଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନ୍ଦିପ ସିଂ ।

ସୂଚନାଯୋଗ୍ୟ ଯେ, ଅଲିମ୍ପିକ୍ ପାଇଁ ଗତକାଲି ଭାରତୀୟ ମହିଳା ହକି ଟିମ୍ ଘୋଷଣା କରାଯାଇଥିଲା । ଏହି ଟିମରେ ଏକମାତ୍ର ଓଡ଼ିଆ ଦୀପ୍ ଗ୍ରେସ୍ ଏକ୍କା ସ୍ଥାନ ପାଇଥିଲେ । ତେଣୁ ୩ ଜଣ ଓଡ଼ିଆ ଖେଳାଳି ଅଲିମ୍ପିରେ ଖେଳିବେ, ଯାହାକି ରାଜ୍ୟ ପାଇଁ ଏକ ଗୌରବର ବିଷୟ ଅଟେ ।

ଆହୁରି ପଢ଼ନ୍ତୁ:

ଏକମାତ୍ର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ଖେଳିବେ ଟୋକିଓ ଅଲିମ୍ପିକ୍

 

Get real time updates directly on you device, subscribe now.