fbpx

ଆତ୍ମହତ୍ୟା ଉଦ୍ୟମ କଲେ ‘ବାବା କା ଢ଼ାବା’ର କାନ୍ତ ପ୍ରସାଦ, ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ରାତାରାତି ଫେମସ୍ ହୋଇଥିବା ’ବାବା କା ଢାବା’ର କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ହେଲେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି । କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ କାନ୍ତା ପ୍ରସାଦଙ୍କ ’ବାବା କା ଢାବା’ର ଏକ ଭିଡିଓ ପ୍ରସ୍ତୁତ କରି ଗୌରବ ନାମକ ଜଣେ ୟୁଟ୍ୟୁବର୍ ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଯାହା ପରେ କାନ୍ତ ପ୍ରସାଦଙ୍କ ଢାବା ରାତାରାତି ଭାଇରାଲ ହୋଇଯାଇଥିଲା ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ । ପରେ ସେ ଏକ ରେସ୍ତୋରାଁ ଖୋଲିଥିଲେ । ହେଲେ ଉକ୍ତ ରେସ୍ତୋରାଁ କିଛି ଦିନ ଭଲ ଚାଲିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଲାଭ ପରିବର୍ତ୍ତେ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ସେ କିଛି ଦିନ ତଳେ ପୁଣି ତାଙ୍କର ସେଇ ରାସ୍ତକଡ଼ର ଢାବାକୁ ଫେରିଥିଲେ । ରେସ୍ତୋରାଁ ଖୋଲିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ ।

Get real time updates directly on you device, subscribe now.