fbpx

WTC Final IND vs NZ: ବର୍ଷା ଧୋଇନେଲା ପ୍ରଥମ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ । ଇଂଲଣ୍ଡର ସାଉଥମ୍ପଟନ୍‌ଠାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ମ୍ୟାଚ୍‌ ପୂର୍ବରୁ ବର୍ଷା ଜାରି ରହିଛି । ବର୍ଷା ହେତୁ ଗୋଟିଏ ସେସନ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି | ବିସିସିଆଇ ଟ୍ୱିଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛି ।

ସୂଚନା ଅନୁସାରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ସାଉଥମ୍ପଟନରେ ବର୍ଷା ହେଉଛି  । ବିସିସିଆଇ ଟ୍ୱିଟ୍‌ ମାଧ୍ୟମରେ ପାଣିପାଗ ସ୍ଥିତିକୁ ସେୟାର କରିଛି । ମ୍ୟାଚର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମ୍ୟାଚ୍ ଅଧିକାରୀମାନେ ଯାଞ୍ଚ ପାଇଁ ଛତା ଧରି ଫିଲ୍ଡରେ ପହଞ୍ଚିଥିଲେ। ଟ୍ୱିଟରରେ ସାଉଥମ୍ପଟନର ଏଜ୍ ବୋଲ୍ ଷ୍ଟାଡିୟମର ଫଟୋ ସେୟାର କରିଛି ବିସିସିଆଇ ।

 

Get real time updates directly on you device, subscribe now.