fbpx

ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି । ଏହାର ମୁକାବିଲା ପାଇଁ ଟିକାକରଣରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ ଲକ୍ଷ ଟିକାକରଣ କରାଯିବ । ଏନେଇ ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠେଇ ଦିଆଯାଇଛି । ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । ଶିଶୁଙ୍କ ପାଇଁ ୨୩୯୦ଟି ବେଡ୍ ଓ ୬୧୦ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଅକ୍ସିଜେନ ଓ ମେଡିସିନ ମଧ୍ୟ ମହଜୁଦ ରଖାଯାଇଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ଉପରେ ଅଧିକ ବିପଦ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.