fbpx

ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

ନୁଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ୍ ପକ୍ଷରୁ ଟ୍ୱିଟର ଇଣ୍ଡିଆ ଏମଡି ମନୀଷ ମହେଶ୍ୱରୀଙ୍କୁ ଆଇନଗତ ନୋଟିସ୍ ପଠାଯାଇଛି । ଗାଜିଆବାଦର ଜଣେ ସଂଖ୍ୟାଲଘୁ ବର୍ଗର ବୃଦ୍ଧଙ୍କୁ ମାଡ଼ ମାରିବା ଭିଡିଓ ଘଟଣାରେ ପୋଲିସ୍ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ଟ୍ୱିଟର ଏପରି ଭିଡିଓ ଜାରି କରି ସାଂପ୍ରଦାୟିକ ଅଶାନ୍ତିକୁ ଉସକାଇବାକୁ ଚାହୁଁଥିବା ଅଭିଯୋଗ ହୋଇଛି । ଟ୍ୱିଟର ଇଣ୍ଡିଆର ଏମଡିଙ୍କୁ ଏକ ଆଇନଗତ ଭାବେ ନୋଟିସ୍ ପଠାଇ ତାଙ୍କୁ ୭ ଦିନ ମଧ୍ୟରେ ସେ ଥାନାକୁ ଆସି ପୂରା ଘଟଣାରେ ନିଜର ବୟାନ ରେକର୍ଡ କରିବେ ।

ଗାଜିଆବାଦ ପୋଲିସ୍ କହିଛି ଯେ ଯେତେବେଳେ ଠିକ୍ ସମୟରେ ସୂଚନା ଦିଆଯାଇଥିଲା , ମାଇକ୍ରୋ ବ୍ଲଗିଂ ସାଇଟ୍ କାହିଁକି ଭିଡିଓ ଭାଇରାଲ ହେବାକୁ ରୋକି ନଥିଲା । ଅନ୍ୟପଟେ ଜାରି କରାଯାଇଥିବା ରିପୋର୍ଟରେ ଲେଖାଯାଇଡଛି ଯେ ପୋଲିସ୍ ଷ୍ଟେସନ ଲୋନି ସୀମାରେ ଗାଜିଆବାଦ ରେ ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଟ୍ୱିଟର ଆଇଏନସି ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।

ଏହା ସହ ଏହି ନୋଟିସ୍ ରେ ମଧ୍ୟ କୁହାଯାଇଛି ଯେ ଟ୍ୱିଟର ଆଇଏନସି ମାଧ୍ୟମରେ ଲୋକମାନେ ନିଜର ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ସମାଜ ମଧ୍ୟରେ ଘୃଣା ଓ ଦୁଷ୍କର୍ମ ବ୍ୟାପୁଥିବା ବାର୍ତ୍ତା ଗୁଡିକୁ ଟ୍ୱିଟର କୌଣସି ମତରେ ଗ୍ରହଣ କରେ ନାହିଁ । ସାମାଜିକ ସମନ୍ୱୟ ଉପରେ ପ୍ରଭାବ ପକାଉଥିବା କାର୍ଯ୍ୟକୁ ପ୍ରୋତ୍ସାହିତ କରେ । ତେବେ ଟ୍ୱିଟର ମଧ୍ୟ ଏହି ଭିଡିଓକୁ ଭାଇରାଲ କରିବାକୁ କିପରି ଅନୁମତି ଦେଇଛି ।

Get real time updates directly on you device, subscribe now.