fbpx

ଦେଶରେ କେବେ ଖୋଲିବ ସ୍କୁଲ? ଜାଣନ୍ତୁ କ’ଣ ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: କରୋନା କାଳରେ ସାରାଦେଶରେ ସ୍କୁଲ ବନ୍ଦ ହେବା ପରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରାଯାଉଥିବା ବେଳେ ଅନ୍ୟପଟେ କେତେକ ରାଜ୍ୟ ଅନଲକ୍ ହେବାରେ ଲାଗିଛି । ଏହାରି ମଧ୍ୟରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ସ୍କୁଲ କେବେ ଖୋଲିବ ବୋଲି ପ୍ରଶ୍ନ ଉଠୁଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜବାବ ଦିଆଯାଇଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସତସ୍ୟ ଭି.କେ ପଲ୍ ସ୍କୁଲ ଖୋଲିବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସ୍କୁଲ ସେତେବେଳେ ଖୋଲା ହେବେ ଯେବେ ଅଧିକାଂଶ ଶିକ୍ଷକ ଟିକା ନେବେ ଓ ଶିଶୁଙ୍କ ସଂକ୍ରମଣର ପ୍ରଭାବ ବିଷୟରେ ବୈଜ୍ଞାନିକମାନେ ସୂଚନା ଦେବେ । ସେହି ସମୟ ଖୁବଶୀଘ୍ର ଆସିବ ବୋଲି ପଲ୍ କହିଥିଲେ ।

ଆମକୁ ବି ଧ୍ୟାନ ଦେବାକୁ ପଡିବ ଯେ ବିଦେଶରେ ସ୍କୁଲ ଖୋଲାଯାଇଥିଲା, କିନ୍ତୁ ସଂକ୍ରମଣ ହେତୁ ପୁଣି ବନ୍ଦ କରିବାକୁ ପଡିଲା । ଭାରତରେ ଏଭଳି ପରିସ୍ଥିତି କେବେ ନହେଉ । ଆମେ ଆମର ଛାତ୍ର ଓ ଶିକ୍ଷକମାନଙ୍କୁ ଏଭଳି ପରିସ୍ଥିତିରେ ଦେଖିବାକୁ ଚାହୁଁନାହୁଁ । ଯେପର୍ଯ୍ୟନ୍ତ ଆମକୁ ବିଶ୍ୱାସ ନହୋଇଛି ଯେ ଏବେ ମହାମାରୀ କୌଣସି କ୍ଷତି ପହଞ୍ଚାଇବ ନାହିଁ, ସେପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ପଲ୍ କହିଥିଲେ ।

Get real time updates directly on you device, subscribe now.