fbpx

ଦେଶର ଶ୍ରେଷ୍ଠ ୫ ରାଜଧାନୀରେ ନାହିଁ ଦିଲ୍ଲୀ, ଶୀର୍ଷରେ ଏହି ସହର

ନୂଆଦିଲ୍ଲୀ : ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ୨୦୨୦ରେ ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ଷଷ୍ଠ ସ୍ଥାନ। ତଥାପି ବସବାସ ଲାଗି ଏହା ଏବେ ବି ଉନ୍ନତମାନର ମନେ କରାଯାଉଛି । ତେବେ ଦିଲ୍ଲୀବାସୀଙ୍କ ଅନୁଯାୟୀ ଦିଲ୍ଲୀର ନାମ ୫ ରାଜଧାନୀରେ ନଆସିବା ପରିତାପର ବିଷୟ। ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ୨୦୨୦ ଅନୁଯାୟୀ ବେଙ୍ଗାଲୁରୁ ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ଦ୍ଵିତୀୟ, ଶିମଲା ତୃତୀୟ, ଭୁବନେଶ୍ୱର ଚତୁର୍ଥ ଓ ମୁମ୍ବାଇ ପଞ୍ଚମରେ ରହିଛି। ଏହା ପରେ ହିଁ ଦିଲ୍ଲୀ ରହିଛି।
ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ (ସିଏସଇ) ସର୍ଭେ ମୁତାବକ ଦିଲ୍ଲୀ ଗୋଟିଏ ମାନଦଣ୍ଡରେ ପଛେଇ ଯାଇଛି। ସେହି ମାନଦଣ୍ଡଟି ହେଲା ପରସେପସନ୍ସ ଅଫ ସିଟିଜେନ୍ସ ବା ନାଗରିକଙ୍କ ଧାରଣା। ଏହା ସିଏସଇଙ୍କ ଷ୍ଟେଟ୍ ଅଫ ଇଣ୍ଡିଆଜ୍ ଏନଭାରନମେଣ୍ଟ ୨୦୨୧ ରିପୋର୍ଟର ଅଂଶ।
ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀ ବାସପୋଯୋଗୀ ନୁହେଁ। ଏହି ସର୍ଭେ ଦିଲ୍ଲୀବାସୀଙ୍କ ମତାମତ ଉପରେ ଆଧାରିତ। ଏହି ସର୍ଭେରେ ଦିଲ୍ଲୀବାସୀ ନିଜ ସହ ବିଷୟରେ କଣ ଚିନ୍ତା କରୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଇଛି। କିଛି ମାମଲାରେ ଦିଲ୍ଲୀକୁ ଭଲ ରାଙ୍କ୍ ମିଳିଛି। ଷ୍ଟେଟ୍ ଅଫ ଇଣ୍ଡିଆଜ୍ ଏନଭାୟରମେଣ୍ଟ ୨୦୨୧ର ରିପୋର୍ଟ ଅନୁଯାୟୀ, ଗଭର୍ଣ୍ଣାସ୍ ମାମଲାରେ ଦିଲ୍ଲୀ ଚତୁର୍ଥ ସବୁଠୁ ଭଲ ସହର। ପ୍ରଥମରେ ରହିଛି ଭୋପାଳ, ଦ୍ଵିତୀୟରେ ରାୟପୁର ଏବଂ ତୃତୀୟରେ ମୁମ୍ବାଇ ରହିଛି।
୪ ମାପଦଣ୍ଡର ଉପଯୋଗ
ଏହି ସର୍ଭେରେ ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ପାଇଁ ଚାରୋଟି ମାନଦଣ୍ଡର ବ୍ୟବହାର କରାଯାଇଥିଲା। ଏଥିରେ ଜୀବନମାନ ଗୁଣବତ୍ତା, ଆର୍ଥିକ ସ୍ଥିତି, ସ୍ଥିରତା ଏବଂ ଲୋକଙ୍କ ଧାରଣା ସାମିଲ। ଦିଲ୍ଲୀକୁ ପ୍ରଥମ ତିନି ମାନଦଣ୍ଡରେ ୫୦ ରୁ ୬୦ ମଧ୍ୟରେ ନମ୍ବର ମିଳିଥିଲା।
ସର୍ଭେରେ ବେଙ୍ଗାଲୁରୁ ଦେଶର ସର୍ବୋତ୍ତମ ସହର ତାଲିକାରେ ଏକ ନମ୍ବର ହାସଲ କରିଛି। ଦ୍ଵିତୀୟରେ ରହିଛି ଚେନ୍ନାଇ। ସିଏସଇଙ୍କ ରିପୋର୍ଟରେ ଇକୋନମିକ ଆବିଲିଟି ମାମଲାରେ ବେଙ୍ଗାଲୁରୁ ଏକ ମାତ୍ର ସହର ଯାହାର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ଏଥିରେ ବେଙ୍ଗାଲୁରୁକୁ ୧୦୦ରୁ ୭୮.୮ ପଏଣ୍ଟ ମିଳିଛି। ଏହା ପଛକୁ ଚେନ୍ନାଇ, ମୁମ୍ବାଇ ଓ ହାଇଦ୍ରାବାଦ ଅଛନ୍ତି।

Get real time updates directly on you device, subscribe now.