fbpx

ରଥ ଯାତ୍ରା ସମୟରେ ପୁରୀକୁ ଚଳାଚଳ କରିବନି ଟ୍ରେନ୍, ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ: ୨୬ ଟି ଦୂର ଦୂରଗାମୀ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଦୃଷ୍ଟିରୁ ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍‌ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତି ନିଆଯାଇଛି । ୨୬ ଟି ଦୂର ଦୂରଗାମୀ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ । ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍‌ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

୨୧ ଟି ଦୂରଗାମୀ ବିଶେଷ ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ । ସେହିପରି ୫ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ । ଦୈନନ୍ଦିନ ଚଳାଚଳ କରୁଥିବା ୫ଟି ଏବଂ ଦ୍ୱି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ ରହିଛି ।

Get real time updates directly on you device, subscribe now.