fbpx
BSKY
BJD SHG SKY
BJD MC SKY

OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାଏ, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶସନର ସୂର୍ଯ୍ୟମାଧବ ପାଣିଗ୍ରାହୀ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ଓମବାଡସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏତଦବ୍ୟତୀତ ୯ ଜଣ ଓଏଏସ୍ ଅଫିସରଙ୍କୁ ଏସଏଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଦାଶ, ଅନିଲ କୁମାର ପଟ୍ଟନାୟକ, ମଧୁସୂଦନ ଦାସ, ଅରୁଣ କୁମାର ମହାପାତ୍ର, ପ୍ରେମଜିତ ନାୟକ, ନରହରି ସେଠୀ, ଯୁଗଳେଶ୍ୱରୀ ଦାସ, ମଞ୍ଜୁଲତା ସ୍ୱାଇଁ ଓ ମଧୁମିତା ରଥ । ଉକ୍ତ ଅଧିକାରୀମାନେ ନିଜ ପଦବୀରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବ ଜଣାପଡ଼ିଛି ।

Get real time updates directly on you device, subscribe now.