fbpx

ବସରେ ନିଆଁ ଲାଗିବା ଘଟଣା, ମିଳିଲା ମୃତକଙ୍କ ପରିଚୟ

ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ୧୧କେଭି ବିଦ୍ୟୁତ ତାର ଲାଗି ବସ ଜଳିଯାଇଥିବା ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ବି.ରାମେୟା, ବି.ଆଚୁଲୁ, ସିଏଚ କାମରାଜୁ, ବି.ତାରିଣୀ, ବି.ତାରଣେୟା, କେ.ସଞ୍ଜୁ, ବି.ମୋହିନୀ, ବି.କାନକାଆମ୍ମା, ସନ୍ତୋଷୀ ସାହୁ ।
ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ  ୯ଜଣଙ୍କର ମୃତ୍ୟୁ ହୋଇଥିଲା  । ଅନ୍ୟ ୨୫ ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଓ ନିଜ ଗାଡ଼ିରେ ଆହତଙ୍କୁ ମେଡ଼ିକାଲ ପଠାଇଛନ୍ତି ଜିଲ୍ଲାପାଳ । ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଉପସ୍ଥିତ ରହିଥିଲେ । ଡଙ୍କଲପାଟୁରୁ ଚିକରଡ଼ାକୁ ଯାଉଥିବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.