fbpx

ରାଶିଫଳ (ଗୁରୁବାର,୨୪ ଜୁନ,୨୦୨୧)

ମେଷ: ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ବଢିବ । କାର୍ଯ୍ୟ ହାସଲ ହେବ। ରକ୍ତଦାନ କରନ୍ତୁ କଲ୍ୟାଣ ହେବ । ଚାକିରି, ବ୍ୟବସାୟ, ରାଜନୀତି  ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହେବେ।

ବୃଷ: ଭାଗ୍ୟ ସାଥ୍‌ ଦେବ । ମାନ ସମ୍ମାନ, ଟଙ୍କାପଇସା, ସାହିପଡିଶା ସହିତ ସୁମ୍ପର୍କ ବୃଦ୍ଧି ହେବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଦିନ କଟିବ ମାତ୍ର ଚର୍ମରୋଗ, ଆଣ୍ଠୁଗଣ୍ଠି ବାତ ହେବ ।

ମିଥୁନ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ବାଦବିବାଦର ସମାଧାନ ହେବ । ଭ୍ରମଣ ଯୋଗ ରହିଛି ।

କର୍କଟ: ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ । ପାଠପଢାରେ ଉନ୍ନତି ହେବ । ସଂକ୍ରମିତ ରୋଗ ହେବ ।

ସିଂହ: କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂଆ ଯୋଜନାରେ ସଫଳ ହେବେ । ଆର୍ଥିକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା: ଦିନଟି ଶୁଭ । କର୍ମ ଏବଂ ଅର୍ଥ ଚିନ୍ତା ଦୁର ହେବ । ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ । ଧାର୍ମିକ ଭାବନା ବୃଦ୍ଧି ହେବ । ବ୍ୟାଙ୍କ, ବୀମା, ଋଣ କ୍ଷେତ୍ରରେ ସଫଳତା ମିଳିବ ।

ତୁଳା: କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଭାଗ୍ୟ ସାଥ ଦେବ । ମାତ୍ର ପାରିବାରିକ ପରିବେଶରେ ମତାନ୍ତର ରହିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା: ମନର ଆଶା ପୂରଣ ହେବ । ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରି ରେ ସଫଳତା ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ: ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ । କିଛି ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ, ବନ୍ଧୁରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର: ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ । କୌଣସି କାମରେ ମନ ଲାଗିବ ନାହିଁ ।

କୁମ୍ଭ : ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ । ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ । ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ: ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.