fbpx

ମିସ୍ ସୁପରନୋଭା ପିଜଣ୍ଟ ଟାଇଟଲ୍ ଜିଣିଲେ ସମ୍ବଲପୁରୀ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚମକିଲେ ଓଡିଆ ଝିଅ । ସମ୍ବଲପୁର ଝିଅ ମିମାଂଶା ପ୍ରିୟଦର୍ଶିନୀ ରଥ ମିସ୍ ସୁପରନୋଭା ପେଜଅଣ୍ଟରେ ପ୍ରଥମ ରନର୍ସଅପ୍ ହୋଇ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି । ତେବେ ଏହି ପ୍ରତିଯୋଗିତା ୩୧ ମେ’ ମାସରୁ ଜୁନ୍ ୧୦ ତାରିଖ ମଧ୍ୟରେ ଭର୍ଚୁଆଲରେ ଆୟୋଜନ ହୋଇଥିବା ବେଳେ ସେ ଏଥିରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ତେବେ ତାଙ୍କର ସଫଳତାର ଯାତ୍ରା ଏଠାରେ ସରିନି ବରଂ ସେ ଭିଏମସି ଏଥନିକ୍ ମଡେଲିଂ ପେଜେନ୍ଟ ରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ବିଗେଷ୍ଟ ଅନଲାଇନ୍ ଫେଷ୍ଟ ଏଭର୍ ରେ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ । ଆହୁରି ମଧ୍ୟ ମିସ୍ ଡାଇମଣ୍ଡ ଏବଂ ମିସ୍ ଡ୍ରିମଜ୍ ସମ୍ବଲପୁର ଟାଇଟଲ୍ ମଧ୍ୟ ହାତେଇଛନ୍ତି ।

ମିମାଂଶା ଜଣେ ମଡ଼େଲିଂ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ତାଙ୍କର ରୁଚି ରହିଛି । ଯେପରିକି ସେ ସେଲିବ୍ରିଟି ଗାୟିକା, ଉପସ୍ଥାପିକା, ଫ୍ୟାଶନ୍ ବ୍ଲଗର୍, ଏଣ୍ଟରପ୍ରେନର୍, ଲେଖିକା ମଧ୍ୟ । ମିମାଂଶା ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ନିଜର ଦକ୍ଷତାକୁ ଉପସ୍ଥାପନ କରନ୍ତି । ସେ ବିଶ୍ୱାସ କରନ୍ତି ଯେ, ‘ଯଦି ଦୁନିଆ ଦେଖିବାକୁ ଚାହୁଁଛ ତେବେ ନିଜକୁ ବଦଳାଇଦିଅ’ । ସେ ଅନେକ ସଂଘର୍ଷ ପରେ ମଡେଲିଂ ଦୁନିଆରେ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଜଣେ ଛାତ୍ରୀ ଭାବରେ ପାଠ ପଢ଼ିବା ସହିତ ମଡେଲିଂ କରିବା ଏତେ ସହଜ ନୁହେଁ । କିନ୍ତୁ ମିମାଂଶା ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ।

ସେ ଏକ ଛୋଟ ସହରର ହୋଇଥିବା ବେଳେ କରୋନା ମହାମାରୀ କାଳରେ ହୋଇଥିବା ଲକଡ଼ାଉନ୍ ତାଙ୍କୁ ଷ୍ଟାର୍ ବନେଇଦେଇଥିଲା । ଏହି ଖାଲି ସମୟକୁ ସେ ଭଲ ଭାବରେ ଉପଯୋଗ କରିଥିଲେ । ଯାହାଫଳରେ ଆଜି ସେ ମିସ୍ ସୁପରାନୋଭା ଟାଇଟଲ୍ ଜିଣିପାରିଛନ୍ତି । ଜଣେ ଗାୟିକା ହିସାବରେ ସେ ୫ଟି ଗୀତକୁ କଭର୍ କରିଛନ୍ତି । ଯାହା ୟୁ-ଟ୍ୟୁବ୍ ରେ ହଜାର ହଜାର ପ୍ରଶଂସକଙ୍କୁ ମୋହିତ କରିଛି ।

Get real time updates directly on you device, subscribe now.