fbpx

ମଦକୁ ନେଇ ମାମଲା: ଖାଦ୍ୟପେୟ ନିର୍ଦ୍ଧାରଣ କରି ପାରିବେନି ସରକାର!

ଅହମ୍ମଦାବାଦ: ଗୁଜରାଟକୁ ଡ୍ରାଏ ଷ୍ଟେଟ୍ ଭାବରେ ଘୋଷଣା କରାଯାଇଥିବା ବେଳେ ଏଠାରେ ମଦ ବିକ୍ରି ଏବଂ ମଦ୍ୟପାନ ଉପରେ କଟକଣା ୧୯୪୯ରୁ ରହିଆସିଛି । ତେବେ ଏହି ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହିତ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏହି ଆଇନକୁ ଅଯୌକ୍ତିକ, ଅଦରକାରୀ, ସ୍ୱେଚ୍ଛାଚାରୀ ଏବଂ ବିଭେଦ ସୃଷ୍ଟିକାରୀ ବୋଲି ଅଭିହିତ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରାଜୀବ ପଟେଲଙ୍କ ସମେତ ଆଉ ୨ ଲୋକ । ଏହା ସହିତ ଏହି ଆଇନ୍ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ନିଜ ଯାଚିକାରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ରହିଥିଲେ ହେଁ ବ୍ୟାପକ ଭାବରେ ମଦ କଳାବଜାର କରାଯାଇ ବିକ୍ରି ହେଉଛି । ଏ ନେଇ ଏକ ସୁଚିନ୍ତିତ ର୍ୟାକେଟ୍ ଚାଲୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଟେଲ । ଏହା ସହିତ ଜଣେ ବ୍ୟକ୍ତି କଣ ଖାଇବେ ଏବଂ ପିଇବେ ସରକାର ଏହା ନିର୍ଦ୍ଧାରଣ କରିବା ଆଦୌ ସମୀଚିନ ନୁହେଁ ।

ଏପରି କରିବା ଦ୍ୱାରା ରାଜ୍ୟ ସରକାର ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି ବୋଲି ପଟେଲ୍ କହିଛନ୍ତି । ସମ୍ବିଧାନର ଧାରା ୨୧ ଅନୁଯାୟୀ ନିଜ ପସନ୍ଦ ଅନୁଯାୟୀ ଜଣେ ନାଗରିକ ନିଜ ଜୀବନ ବଞ୍ଚିପାରିବେ ମାତ୍ର ଏହି ଆଇନ ଦ୍ୱାରା ସରକାର ସାଧାରଣ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ନିଜ ଯାଚିକାରେ ଉଲ୍ଲେଖ କରିଛନ୍ତି ପଟେଲ୍ ।

୧୯୪୯ରେ ଏହି ଆଇନ୍ ଲାଗୁ କରାଯାଇଥିବା ବେଳେ ୧୯୫୧ରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଏହା ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଉକ୍ତ ଯାଚିକାକୁୁ ଖାରଜ କରିଦେଇଥିଲେ । ଗୁଜରାଟ ସରକାରଙ୍କ ପକ୍ଷରୁ ଆଇନଜୀବୀ କମଲ ତ୍ରୀବେଦୀ ମାମଲା ପରିଚାଳନା କରିଥିଲେ । ଯଦି ଘରର ଚାରିକାନ୍ଥ ମଧ୍ୟରେ ମଦ୍ୟପାନକୁ ଯଥାର୍ଥ ବୋଲି କୁହାଯିବ ତେବେ ଘର ମଧ୍ୟରେ ଡ୍ରଗ୍ସସେବନକୁ ଲୋକ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ପ୍ରୟାସ କରିବେ । ମଦବିରୋଧୀ ଆଇନଟି ସାମାଜିକ ସୁରକ୍ଷା ପାଇଁ କରାଯାଇଥିବାରୁ ଏହାକୁ ବଳବତ୍ତର ରଖିବା ପାଇଁ ତ୍ରିବେଦୀ ଦାବି କରିଛନ୍ତି ।

Get real time updates directly on you device, subscribe now.