fbpx

ବସ୍ ଜଳି ୧୦ମୃତ ଘଟଣା, ତଦନ୍ତ ରିପୋର୍ଟ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ବସରେ ୧୧କେଭି ବଦ୍ୟୁତ ତାର ଲାଗି ୧୦ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏନେଇ ଅଧୀକ୍ଷଣ ମନ୍ତ୍ରୀ, ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ତଦନ୍ତ କରି ରିପୋର୍ଟ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଆଜି ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ସେହି ବୈଠକରେ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । କଣ ପାଇଁ ଦୁର୍ଘଟଣା ଘଟିଛି ସେନେଇ ଆଲୋଚନା ହେବ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.