fbpx

ଦୋଛକିରେ ରାଜ୍ୟରେ କରୋନାର ସ୍ଥିତି: ଆଜି ୩୫୫୪ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଗକୁ ତୃତୀୟ ଲହର ଆସିବାକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ଆଜି ପୁଣି ୩୫୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୬ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୬୦ ହଜାର ୧୪୨ ରହିଥିବା ବେଳେ ୩୩ ହଜାର ୧୫୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.