ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଟିକାର ୨ଟି ଡୋଜ୍ ନେଇସାରିଛନ୍ତି, ସେମାନେ ବି ମାସ୍କ ପିନ୍ଧିନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ । ଡବ୍ଲୁଏଚଓର କହିବାର ମୁତାବକ, ବିପଜ୍ଜନକ ଓ ଅଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟକୁ ବ୍ୟାପିବାରୁ ରୋକିବାକୁ ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବା ଉଚିତ୍ ।
ଡବ୍ଲୁଏଚଓର ଅଧିକାରୀ ଗାରିଆଙ୍ଗେଲା ସିମାଓ କହିଛନ୍ତି ଯେ, ୨ଟି ଟିକା ନେଇ ନେଇସାରିଛୁ ଭାବି ନିଜକୁ ସୁରକ୍ଷିତ ଭାବିବା ଠିକ୍ ନୁହେଁ । ସେମାନଙ୍କୁ ଏବେବି ଭାଇରସଠାରୁ ନିଜକୁ ସୁରକ୍ଷିତ ରଖିବା ଉଚିତ୍ ।
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିମାଓ କହିଛନ୍ତି ଯେ, ‘କେବଳ ଟିକା କମ୍ୟୁନିଟି ଟ୍ରାନ୍ସମିଶନକୁ ରୋକିପାରିବ ନାହିଁ । ଲୋକଙ୍କୁ ଲଗାତାର ମାସ୍କ ପିନ୍ଧିବା, ଭିଡ଼ଠାରୁ ଦୂରେଇ ରହିବା ଓ ହାଥକୁ ସଫା ରଖିବାକୁ ପଡ଼ିବ । ଟିକା ନେବା ପେରେ ବି ଏସବୁ କରିବା ଅତ୍ୟନ୍ତ ଜରୁରୀ ।’