fbpx
BSKY
BJD SHG SKY
BJD MC SKY

ଖୁସି ଖବର: ଜୁଲାଇରେ ଲଞ୍ଚ ହେବ ଏହି କମ୍ପାନୀର ଟିକା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦେଶରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ମଧ୍ୟରେ ଦେଶରେଲଞ୍ଚ ହେବାକୁ ଯାଉଛି ଆଉ ଏକ ଟିକା । ଆମେରିକୀୟ ଟିକା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ଅଳ୍ପ କିଛି ହଜାର ଡୋଜ୍ ଭାରତୀୟ ବଜାରରେ ପ୍ରବେଶ କରିବ । ଏହି ଟିକାର ଗୋଟିଏ ଶଟର ମୂଲ୍ୟ ୨୫ ଡଲାର ବା ଭାରତୀୟ ମୁଦ୍ରାରେ ୧୭୫୦ ଟଙ୍କା ରହିବ ବୋଲି ଜଣାପଡିଛି । ଜୁଲାଇ ପ୍ରାରମ୍ଭରେ ଏହି ଟିକା ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଆଶା କରାଯାଇଛି ।

ଭାଇରାଲ ଭେକ୍ଟର ପ୍ରକ୍ରିୟାରେ ପ୍ରସ୍ତୁତ ଏହି ଟିକାଟିକୁ ସଂରକ୍ଷଣ ପାଇଁ କୌଣସି ସ୍ୱତନ୍ତ୍ର ଉପାୟ ଆପଣେଇବାକୁ ପଡିନଥାଏ । ଭାରତର ଉତ୍ତପ୍ତ ପରିବେଶକୁ ଦୃଷ୍ଟିରେ ରଖିଲେ ଏହି ଟିକାଟି ବେଶ ଉପଯୋଗୀ ରହିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଭାରତୀୟ ଟିଅର-୨ ସହର ଗୁଡିକ ପାଇଁ ଏହି ଟିକା ବେଶ ଉପହଯୋଗୀ ରହିବ । ଏହି ଟିକାକୁ ଭାରତରେ ଉତ୍ପାଦନ କରିବା ନେଇ ଆଲୋଚନା ଜାରି ରହିଥିବା ବେଳେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି ଲୋଡାଯାଇଛି । ଡିସିଜସିଆଇର ଅନୁମତି ପରେ ହିଁ ଏହି ଟିକା ମିଳିପାରିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.