fbpx

୨୦ହଜାର ବର୍ଷ ପୂର୍ବରୁ ଥିଲା କରୋନା ! ଏମିତି ହୋଇଥିଲା ମହାମାରୀର ଅନ୍ତ

କରୋନା ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ବିଶ୍ୱରେ ୩୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କେବଳ ୧୮ ମାସ ମଧ୍ୟରେ ଭାଇରସ ଏଭଳି ମାରାତ୍ମକ ରୂପ ଧାରଣ କରିଛି । ଏହା ଭାଇରସଠାରୁ ଲଢ଼ିବା ପାଇଁ ସବୁ ଦେଶ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏହି ଭାଇରସ ବାରମ୍ବାର ଏହାର ରୂପ ପରିବର୍ତ୍ତନ କରୁଥିବାରୁ ଏହାର ବିପଦ କମ ହେବାର ନାଁ ନେଉନାହିଁ । ଅନେକ ଦେଶର ବୈଜ୍ଞାନିକ ଏହା ଉପରେ ଗବେଷଣା କରୁଛନ୍ତି କିପରି ଏହି ଭାଇରସକୁ ମୂଳରୁ ନଷ୍ଟ କରିହେବ । ଏହି ସମୟରେ ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ କ୍ୱିନ୍ସଲ୍ୟାଣ୍ଡ ର ବିଶେଷଜ୍ଞ ଏକ ଖୋଜ କରିଛନ୍ତି ଯେ ଆଜିଠାରୁ ୨୦ ହଜାର ବର୍ଷ ପୂର୍ବେ ମଧ୍ୟ କରୋନା ବ୍ୟାପିଥିଲା ।

ୟୁନିଭର୍ସିଟି ଅଫ କ୍ୱିନ୍ସଲ୍ୟାଣ୍ଡର ବିଶେଷଜ୍ଞମାନେ ମନୁଷ୍ୟଙ୍କ ବଦଳୁଥିବା ଡିଏନଏ ଉପରେ ଗବେଷଣା କରିଥିଲେ । ଗବେଷଣାରୁ ସେମାନେ ଜାଣିବାକୁ ପାଇଥିଲେ ଗୋଟିଏ ସମୟରେ ମନୁଷ୍ୟ ଡିଏନଏରେ ସେହିଭଳି ପରିବର୍ତ୍ତନ ହୋଇଥିଲା ଯାହା ଏବେ କୋଭିଡ ସମୟରେ ହେଉଛି । ଗବେଷଣାରୁ ସେମାନେ ପାଇଥିଲେ ସେତେବେଳେ ମନୁଷ୍ୟ ଶରୀର ଏହି ଭାଇରସକୁୁ ଆପେ ଆପେ ନଷ୍ଟ କରିଦେଇଥିଲା । ଏହି ଡିଏନଏ ପୂର୍ବ ଏସିଆ ଦେଶର ଲୋକଙ୍କର ଥିଲା । ଅର୍ଥାତ ପ୍ରାୟ ୨୦ ହଜାର ବର୍ଷ ପୂର୍ବେ ପୂର୍ବ ଏସିଆ ଦେଶମାନଙ୍କରେ ଏହି ଭାଇରସ ବ୍ୟାପିଥିଲା ।

କ୍ୱିନ୍ସଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀର ସିନ୍ଥେଟିକ ଜୀବବିଜ୍ଞାନୀ କିରିଲ ଆଲେକଜାଣ୍ଡ୍ରୋଭ ଏହି ଗବେଷଣା ଉପରେ ଅଧିକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଆଧୁନିକ ମାନବର ଡିଏନଏରୁ ହଜାର ବର୍ଷ ପୂର୍ବେ ହୋଇଥିବା ପରିବର୍ତ୍ତନର ସୂଚନା ମିଳିଥିଲା । ଏହାକୁ ଭଲଭାବରେ ବୁଝାଇବାକୁ ଯାଇ ସେ ବୃକ୍ଷର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେପରି ଗଛର ଛାଲିରୁ ଏହାର ବୟସ ଠାରୁ ଆରମ୍ଭ କରି ଏଥିରେ କୌଣସି ଏକ ରୋଗ ବିଷୟରେ ଜଣାପଡ଼ିଥାଏ । ସେହିଭଳି ମନୁଷ୍ୟ ଡିଏନଏ ମଧ୍ୟ ଅନେକ ରହସ୍ୟ ଉନ୍ମୋଚନ କରିଥାଏ । ଏହି ଅଧ୍ୟୟନରେ ୧ ହଜାର ମନୁଷ୍ୟ ଜିନ୍ ବ୍ୟବହାର କରାଯାଇଥଲା । ସେଥିରୁ ସୋମନେ ଏହା ପାଇଥିଲେ ଯେ ଏଭଳି ଏକ ସମୟ ଥିଲା ଯେତେବେଳେ ମାନବର ଡିଏନଏ ସେହିଭଳି ବଦଳିଥିଲା ଯାହା ଏବେ କୋଭିଡ ହେବା ଯୋଗୁଁ ବଦଳୁଛି ।

ଏମିତି ହୋଇଥିଲା ଭାଇରସର ଅନ୍ତ:

ଅନୁସନ୍ଧାନରୁ ଜଣାପଡିଛି ଯେ ୨୦ ହଜାର ବର୍ଷ ପୂର୍ବେ ଏହି ମହାମାରୀ ପୂର୍ବ ଏସୀୟ ଲୋକଙ୍କ ମଧ୍ୟ୍ୟରେ ବ୍ୟାପିଥିଲା । ଚୀନ, ଜାପାନ, ମୋଙ୍ଗୋଲିଆ, ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ତାଇୱାନ ଭଳି ଦେଶରେ ଏହି ଭାଇରସ ବ୍ୟାପିଥିଲା । ଏହି ଭୂତାଣୁ ସେତେବେଳେ ମଧ୍ୟ ଅନେକ ବିନାଶ ଘଟାଇଥିଲା । ଯଦି ଆମେ ଏହି ଭୂତାଣୁର ସମାପ୍ତି ବିଷୟରେ କହିବା ତେବେ ସମୟ ସହିତ ମାନବ ଶରୀର ଏହାକୁ ଗ୍ରହଣ କରିଥିଲା ଏବଂ ଏହା ପ୍ରଭାବହୀନ ହୋଇଯାଇଥିଲା । ତା’ ପରେ ମଧ୍ୟ ଏହି ଭୂତାଣୁର ଔଷଧ ତିଆରି କରାଯାଇନଥିଲା । ଏହି ଅଧ୍ୟୟନର ସମ୍ପୂର୍ଣ୍ଣ ବିବରଣୀ କରେଣ୍ଟ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.