fbpx

ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ୍: ଆଲ୍ଫା-ବୀଟା-ଗାମା-ଡେଲ୍ଟା ମୁକାବିଲାରେ ସଫଳ କୋଭିସିଲ୍ଡ-କୋଭାକ୍ସିନ୍

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଭୂତାଣୂର ନୂତନ ଭ୍ୟାରିଆଣ୍ଟ ଆଲ୍ଫା, ବୀଟା, ଗାମା ଓ ଡେଲ୍ଟାର ମୁକାବିଲା କରିବାରେ ସମର୍ଥ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି । ତେବେ ନିକଟରେ ଦେଶରେ ଦେଖାଦେଇଥିବା ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ଚିନ୍ତା ବଢାଇଛି । ଶୁକ୍ରବାର ଆଇସିଏମ୍ଆର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ୪ ଭାରିଆଣ୍ଟକୁ ମୁକାବିଲା କରିବାରେ ଭାରତୀୟ ଟିକା ସଫଳ ହୋଇଥିବା ବେଳେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ଏହାର ପ୍ରଭାବ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ ଟିକାର ପ୍ରଭାବକୁ ନେଇ ପରୀକ୍ଷଣ ଜାରି ରହିଥିବା ବେଳେ ଆସନ୍ତା ୮-୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୂଚନା ମିଳି ପାରିବ ।

ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ଟି ଡେଲଟା ପ୍ଲସ୍ ମାମଲା ଦେଖା ଦେଇଥିବା ବେଳେ ଏହା ଦ୍ୱାରା ଦେଶରେ ତୃତୀୟ ଲହର ଆରମ୍ଭ ହେବ ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ବିଶ୍ୱର ୧୨ଟି ରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସକ୍ରିୟ ରହିଥିବା ବେଳେ ୧୦ଟି ଭାରତୀୟ ରାଜ୍ୟରେ ଡେଲଟା ପ୍ଲସ୍ ନମୂନା ମିଳି ସାରିଛି । ଆଇସିଲଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ । ଦେଶର ୭୫ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଥିବା ବେଳେ ୯୨ ଜିଲ୍ଲାରେ ଏହା ୫-୧୦ ପ୍ରତିଶତ ମଧ୍ୟରେ ରହିଛି । ୫୬୫ ଜିଲ୍ଲାରେ ଏହା ୫ ପ୍ରତିଶତରୁ କମ୍ ରହିଥିବାରୁ ସତର୍କତା ଅବଲମ୍ବନ ଜରୁରୀ ବୋଲି ଭାର୍ଗବ ମତ ଦେଇଛନ୍ତି ।

Get real time updates directly on you device, subscribe now.