fbpx

ଆସନ୍ତା ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଜୁଲାଇ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ଜଡ଼ିତ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଜୁଲାଇ ମାସରେ ୨ କି ୪ ନୁହେଁ ବରଂ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ମୋଟ ୩୦ ଦିନରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ, ସେଥିପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଯାଞ୍ଚ କରନ୍ତୁ । ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟି ଦିନଗୁଡିକର ଲିଷ୍ଟ ଜାରି ହୋଇଛି ।

ତେବେ ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ । ଏହା ବ୍ୟତୀତ ୬ଟି ଛୁଟି ରବିବାର, ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାରରେ ହେବ । ଏହିପରି ଭାବେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ କାମ ହେବ ନାହିଁ । ଦେଖନ୍ତୁ ଲିଷ୍ଟ…

-> ୪ ଜୁଲାଇ ୨୦୨୧ – ରବିବାର
-> ୧୦ ଜୁଲାଇ ୨୦୨୧ – ଦ୍ୱିତୀୟ ଶନିବାର
-> ୧୧ ଜୁଲାଇ ୨୦୨୧ – ରବିବାର
-> ୧୨ ଜୁଲାଇ ୨୦୨୧ – ସୋମବାର – କାଙ୍ଗ (ରାଜସ୍ଥାନ), ରଥ ଯାତ୍ରା (ଭୁବନେଶ୍ୱର, ଇମ୍ଫାଲ,)
-> ୧୩ ଜୁଲାଇ ୨୦୨୧ – ମଙ୍ଗଳବାର – ଭାନୁ ଜୟନ୍ତୀ (ଶହୀଦ ଦିବସ- ଜାମ୍ମୁ କାଶ୍ମୀର, ଭାନୁ ଜୟନ୍ତୀ- ସିକ୍କିମ୍)
-> ୧୪ ଜୁଲାଇ ୨୦୨୧- ଦ୍ରୁକପା ତ୍ରୋଶ୍ଚି (ଗାଙ୍ଗଟକ)
-> ୧୬ ଜୁଲାଇ ୨୦୨୧- ଗୁରୁବାର – ହରେଲା ପୂଜା (ଡେରାଡୁନ୍)
-> ୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲଂ)
-> ୧୮ ଜୁଲାଇ ୨୦୨୧ – ରବିବାର
-> ୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥଙ୍ଗକର ଚେଚୁ (ଗାଙ୍ଗଟକ)
-> ୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ ଅଦା (ଦେଶବ୍ୟାପୀ)
-> ୨୧ ଜୁଲାଇ ୨୦୨୧ – ବୁଧବାର – ବକରିଦ୍
-> ୨୪ ଜୁଲାଇ ୨୦୨୧ – ଚତୁର୍ଥ ଶନିବାର
-> ୨୫ ଜୁଲାଇ ୨୦୨୧ – ରବିବାର
-> ୩୧ ଜୁଲାଇ ୨୦୨୧- ଶନିବାର – କେର୍ ପୂଜା (ଅଗରତାଲା)

Get real time updates directly on you device, subscribe now.