fbpx

ତାଜ ହୋଟେଲକୁ ପଶିବେ ୨ ମାସ୍କ ପିନ୍ଧା ବନ୍ଧୁକଧାରୀ, ଫୋନ୍ କରି ପୋଲିସର ନିଦ ହଜାଇ ଦେଲେ ନବମ ଶ୍ରେଣୀ ଛାତ୍ର

ମୁମ୍ବଇ : ମୁମ୍ବଇରେ ଶନିବାର ତାଜ ହୋଟେଲରେ ଠିକ୍ ସେହି ସମୟରେ ଚହଳ ପଡି ଯାଇଥିଲା ଯେତେବେଳେ ରିସେପସନ କାଉଣ୍ଟରକୁ ଫୋନ୍ କରି ଜଣେ ଅଜ୍ଞାତ ବ୍ୟକ୍ତି ସୂଚନା ଦେଲେ ଯେ, ତାଜ୍ ହୋଟେଲର ପଛ ଦ୍ଵାରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଅନ୍ତୁ। କାରଣ ସେଠାରୁ ଦୁଇ ଜଣ ମାସ୍କ ପିନ୍ଧା ବନ୍ଧୁକଧାରୀ ହୋଟେଲରେ ପଶିବେ। ବାସ୍ ଏତିକି କଲ୍ ପରେ ତୁରନ୍ତ ହୋଟେଲର ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଆଲର୍ଟ ହୋଇ ଯାଇଥିଲା। ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଗଲା।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବଇ ସାଇବର ସେଲ୍ ଓ କ୍ରାଇମ ବ୍ରାଞ୍ଚ ଦଳ ଏହାର ତଦନ୍ତ ଆରମ୍ଭ କରି ଦେଇଥିଲେ। ହେଲେ କିଛି ସମୟ ପରେ ଜଣା ପଡିଲା ଯେ, ଏହା ଏକ ଫେକ୍ କଲ୍ ଥିଲା। ସେ ପୁଣି ଜଣେ ୧୪ ବର୍ଷର ବାଳକ ମଜାଳିଆ କଲ୍ କିଛି ସମୟ ପାଇଁ ପୋଲିସର ନିଦ ହଜାଇ ଦେଇଥିଲା। ବାଳକ ମହାରାଷ୍ଟ୍ରର କରାଡର ବାସିନ୍ଦା। ବର୍ତ୍ତମାନ ପୋଲିସ ନାବାଳକ ଏବଂ ତା ବାପାଙ୍କୁ ପଚରା ଉଚୁରା କରୁଛି।
ଏହି ଘଟଣା ଶନିବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଘଟିଛି। ପୋଲିସ ଘଣ୍ଟାଏ ମାମଲାର ଯାଞ୍ଚ କରିବା ପରେ ବାପା ଓ ପୁଅକୁ ଧରି ନେଇଚି। ପୁଅର ଏହି ବାଳୁଙ୍ଗାମି କାମ ବିଷୟରେ ସେ ଜାଣିନଥିବା ବାପା କହିଛନ୍ତି। ନାବାଳକ ଏମିତି କରିବା ପଛରେ କୌଣସି ମଧ୍ୟ ସାମ୍ନାକୁ ଆସି ପାରି ନାହିଁ। ଏହା ପୂର୍ବରୁ ଗତ ବର୍ଷ ଜୁନରେ ତାଜ ହୋଟେଲକୁ ଏମିତି ଫେକ୍ କଲ ଆସିଥିଲା।

Get real time updates directly on you device, subscribe now.