fbpx

ଜାତୀୟ ଚାମ୍ପିଅନଶିପରେ ଅମୀୟ ମଲିକଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚଳିତ ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସହିତ ଅମୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୦.୪୯ ସେକେଣ୍ଡର ସମୟ ନେଇ ଓଡିଆ ଆଥଲେଟ ଅମୀୟ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି ପଞ୍ଜାବ । ପଞ୍ଜାବର ଗୁରିନ୍ଦରବିର ୧୦.୨୭ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୦.୪୭ ସେକେଣ୍ଡର ସମୟ ସହିତ ପଞ୍ଜାବର ଲଭପ୍ରୀତ୍ ସିଂ ରୌପ୍ୟ ପଦକ ହାସଲ କରିଥିଲେ । କ୍ରମାଗତ ଦ୍ୱିତୀୟ ଜାତୀୟ ଚାମ୍ପିଅନ୍ଶିପ୍ ସ୍ୱର୍ଣ୍ଣ ଜିତିଥିଲେ ହେଁ ନିଜର ପୂର୍ବତନ ଜାତୀୟ ରେକର୍ଡଳ ଭାଙ୍ଗିପାରିନାହାନ୍ତି ଗୁରିନ୍ଦରବୀର ।

Get real time updates directly on you device, subscribe now.