fbpx
BJD
BJD SKY
BJD SKY

ଇଡି ହେପାଜତରେ ଅନିଲ ଦେଶମୁଖଙ୍କ ଦୁଇ ସହଯୋଗୀ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ହେପାଜତକୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନୀଲ ଦେଶମୁଖ ଏବଂ ତାଙ୍କର ଦୁଇ ସହଯୋଗୀ କୁନ୍ଦନ ସିନେ୍ଧ ଏବଂ ସଞ୍ଜୀବ ପଲାଣ୍ଡେ ଏକ ଚୋରା ଚାଲାଣ ଘଟଣାରେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୀବ ପଲାଣ୍ଡେ ଏବଂ କୁନ୍ଦନ ସିନେ୍ଧଙ୍କୁ ଶୁକ୍ରବାର ଗିରଫ କରିଛିି । ସଞ୍ଜୀବ ପଲାଣ୍ଡେ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଥିଲେ ଏବଂ କୁନ୍ଦନ ସିନ୍ଧେ ତାଙ୍କର ବ୍ୟକ୍ତିଗତ ସହାୟକ ଥିଲେ ।

ତେବେ ଦୁଇଜଣ ଇଡିର ପଚରାଉଚରା ବେଳେ ଓକିଲଙ୍କ ଉପସ୍ଥିତି ମାଗିଛନ୍ତି । ଏହା ସହ କହିଛନ୍ତି ଓକିଲ ପଚରାଉଚରା ସ୍ଥାନଠାରୁ ଏତିକି ଦୂରତାରେ ରହିବା ଆବଶ୍ୟକ ଯେମିତି ଓକିଲ ସେମାନଙ୍କ କଥା ଶୁଣି ପାରିବେ । ସିବିଆଇ ଅନିଲ ଦେଶମୁଖଙ୍କୁ ଶନିବାର ପଚରାଉଚରା ପାଇଁ ଡକାଇଥିଲେ । ଲାଞ୍ଚ ଚୋରୀ ଅଭିଯୋଗ ବ୍ୟତୀତ ତାଙ୍କ ନାଁରେ ଟଙ୍କା ହେରଫେର ମାମଲାର ଅଭିଯୋଗ ରହିଛି ।

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ମାମଲାର ସିବିଆଇ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଅନିଲ ଦେଶମୁଖ ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି ମାମଲା ରୁଜୁ କରାଯାଇଥିଲା । ମାର୍ଚ୍ଚ ୨୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଲାଞ୍ଚ ଅଭିଯୋଗ ଉପରେ କୋର୍ଟ ସିବିଆଇକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପରମ ବୀର ସିଂ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ ଯେ ଅନିଲ ଦେଶମୁଖ ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଚୋରି ମାଧ୍ୟମରେ ପ୍ରତି ମାସରେ ୧୦୦ କୋଟି ଟଙ୍କା ସଂଗ୍ରହ କରିବାକୁ କହିଥିଲେ । ଏହା ସହ ଦେଶମୁଖ ପୋଲିସର ତଦନ୍ତରେ ମଧ୍ୟ ହସ୍ତକ୍ଷେପ କରୁଥିଲେ ।

Get real time updates directly on you device, subscribe now.