ମୋର ୧୦୦ ବର୍ଷର ମା ଦୁଇଟି ଡୋଜ୍ ନେଇ ସାରିଲେଣି…ମନରେ ଶଙ୍କା କାହିଁକି: ଗୁଜବ ଉପରେ ବିରାମ ଲଗାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଟିକା ନେବେ ନା ନାହିଁ, ଏହି ପ୍ରଶ୍ନ ଆଜି ମଧ୍ୟ ଅନେକ ଲୋକଙ୍କ ମନରେ ଆନ୍ଦୋଳିତ କରୁଛି। ଏହି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସମସ୍ତ ଆଶଙ୍କା ଦୂର କରିଛନ୍ତି। ଆଜି ନିଜର ମାସିକିଆ ମନ କି ବ ବାତ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୋଦ୍ ନିଜେ ସେ କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ମନ କି  ବାତ କାର୍ଯ୍ୟକ୍ରମରେ ନିଜ ମାଆ  ହୀରାବେନଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୋ ମା ୧୦୦ ବର୍ଷ  ବସୟର। ସେ ମଧ୍ୟ କରୋନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇ ସାରିଲେଣି। ତେବେ ଟିକାକୁ ନେଇ ମନରେ ଆଉ ଶଙ୍କା କାହିଁକି। ସୂଚନାଯୋଗ୍ୟ, ନିଜ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭ୍ୟାକ୍ସିନକୁ ନେଇ ଲୋକଙ୍କ ସହ କଥା ହୋଇଛନ୍ତି।

ମଧ୍ୟ ପ୍ରଦେଶର ଭୀମପୁର ନିବାସୀ ରାଜେଶ ହିରାବେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, ସେ ଏବେ ମଧ୍ୟ କରୋନା ଟିକା ନେଇ ନାହାନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ କାରଣ ପଚାରିବାରୁ ରାଜେଶ କହିଛନ୍ତି, ଅନେକ ଲୋକ ଭ୍ୟାକ୍ସିନକୁ ନେଇ ଭୟଭୀତ, କାରଣ ଏହାକୁ ନେଇ ଚାରିଆଡେ ଗୁଜବ ସୃଷ୍ଟି ହୋଇଛି।

ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କୁ ଏହି ଧରଣର ଭ୍ରମକୁ ନିଜ ମନରୁ ଦୂର କରିଦେବା ଉଚିତ୍। ଏଥି ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏ ପର୍ଯ୍ୟନ୍ତ ଦେଶରେ ୩୧ କୋଟିରୁ ଅଧିକ ଲୋକ କରୋନା ଟିକା ନେଇ ସାରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ, ଖୋଦ୍ ମୁଁ ଟିକାର ଦୁଇଟି ଡୋଜ୍ ନେଇ ସାରିଛି। ମୋର ମା ଆହାଙ୍କ  ବୟସ ୧୦୦ ବର୍ଷ, ସେ ମଧ୍ୟ ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇ ସାରିଲେଣି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଯେମିତି ଆପଣଙ୍କର ନମ୍ଵର ଆସିବ, ତୁରନ୍ତ ଟିକା ନେଇ ଯଆନ୍ତୁ। ବୈଜ୍ଞାନିକ ବର୍ଷ ବର୍ଷ ଧରି, ଦିନ ରାତି ଏକ କରି ଟିକା ପ୍ରସ୍ତୁତ କଲେ , ଏଥିରେ ଆମକୁ ଭରସା କରିବା ଉଚିତ୍। ବୈଜ୍ଞାନିକଙ୍କ ଉପରେ ଗର୍ବ କରିବା ଉଚିତ୍ ବୋଲି ସେ କହିଛନ୍ତି।