ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ, ଜୁନ ୩୦ରେ କାହିଁକି ପାଳନ କରାଯାଏ
୨୦୧୬ ଡିସେମ୍ବରରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତି ଦ୍ଵାରା ଅନୁମୋଦିତ କରାଯାଇ ସ୍ଥିର କରାଯାଇଥିଲା ଯେ ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯିବ ।
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯାଉଛି । ଏଥି ପାଇଁ ପୃଥିବୀର ୧୯୪ ଟି ଦେଶରେ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ୨୦୧୪ ମସିହାରେ କିଛି ଜ୍ୟୋତିର୍ବିଜ୍ଞାନୀ ଓ ପବୈଜ୍ଞାନିକ ପ୍ରଥମେ ଜୁନ ମାସ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରୁଥିଲେ। ସେମାନଙ୍କ ପ୍ରଚେଷ୍ଟାରେ ଗତ ୨୦୧୬ ଡିସେମ୍ବରରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତି ଦ୍ଵାରା ଅନୁମୋଦିତ କରାଯାଇ ସ୍ଥିର କରଯାଇଥିଲା ଯେ ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯିବ ଓ ସେହିଦିନଠାରୁ ବିଶ୍ଵର ସବୁ ଦେଶ ଏହାକୁ ପାଳନ କରିଆସୁଛନ୍ତି।
“ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ” ଏଭଳି ଏକ ଭୟାନକ କଥା ସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ତଥା ଖବର କାଗଜରେ ପ୍ରକାଶିତ ହେଉଛି । ଲୋକମାନେ ଭୟଭୀତ ପହବା ସହ ସେମାନଙ୍କ ମନରେ ସ୍ଵତଃ ପ୍ରଶ୍ନ ଆସୁଛି କି ପ୍ରକୃତରେ କଣ ଏପରି ଘଟିବ, ପୃଥିବୀ କ’ଣ ଗ୍ରହାଣୁ ଧକ୍କାରେ ଦିନେ ନଷ୍ଟ ହୋଇଯିବ, ଇତ୍ୟାଦି ଅନେକ ପ୍ରଶ୍ନ। ତେଣୁ ଜ୍ୟେର୍ତିବିଜ୍ଞାନୀ ଓ ପବୈଜ୍ଞାନିକ ମାନେ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ କରିବା ଅବସରେର ଗ୍ରହାଣୁ ଧକ୍କା ଦ୍ଵାରା ପୃଥିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ଅବଗତ କରାଇବା ସହ ଏହି ବିପଦ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେହି ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଏହି ଦିବସକୁ ଜୁନ ୩୦ରେ ପାଳନ କରିବାର କାରଣ ହେଲା ୧୯୦୮ ମସିହାରେ ଆଜିକୁ ଠିକ ୧୧୩ ବର୍ଷ ତଳେ ଏହି ଦିନ ରୁଷୀୟ ଦେଶର ସାଇବେରିଆ ଅଞ୍ଚଳର ଥିବା ତୁଙ୍ଗାସ୍କା ନଦୀ ନିକଟରେ ଏକ ଗ୍ରହାଣୁ ଖସିବ ଫଳରେ ପ୍ରାୟ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳର ପ୍ରାୟ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥି ବା ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ଅନେକ ପଶୁ ପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ।
ସୌଭାଗ୍ୟବଶତଃ ଏହା ଜଙ୍ଗଲ ଅଞ୍ଚଳରେ ପଡିଥିବାରୁ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନାହିଁ। କିନ୍ତୁ ଆଖପାଖରେ ରହୁଥିବା ଅଞ୍ଚଳର ଲୋକମାନେ ଭୟଙ୍କର ଶବ୍ଦ ଶୁଣିଥିଲେ ଓ ଭୂମି ଥରିଉଠିଥିବାର ଅନୁଭବ କରିଥିଲେ। ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହାକି ଭୁବେଣ୍ଵର ସହର ଠାରୁ ୧୫ ଗୁଣ ଓ ମୁମ୍ବାଇ ମହାନଗର ଠାରୁ ୩ ଗୁଣ ବଡ ଅଟେ । ଅନୁମାନ କରନ୍ତୁ, ଏଭଳି ଏକ ଗ୍ରହାଣୁ ଯଦି ମୁମ୍ବାଇ ମହାନଗର ଉପରେ ଖସିବ ତେବେ ନିମିଷକ ମଧ୍ୟରେ ମହାନଗର ଧ୍ଵଂସ ପାଇଯିବା ସହ ଏଠରେର ବସବାସ କରୁଥିବା ୨୦ ଲକ୍ଷରୁ ଅଧିକ ଲୋକ କ୍ଷଣିକରେ ପ୍ରାଣ ହରାଇବେ। ଭବିଷ୍ୟତରେ ଏଭଳି ଘଟଣା ନ ଘଟିବ ତାହା କହି ପାରିବେ ନାହିଁ। ତେଣୁ ଏହି ବିଷୟରେ ଭୟଭୀତ ନହୋଇ କିପରି ଏହା ଘଟିବ ନାହିଁ ବା ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ ସେଥିପାଇଁ ଏବେଠୁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ଏହି ଭଳି ଗ୍ରହାଣୁମାନଙ୍କୁ ଠାବ କରି ସେମାନଙ୍କର ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲେଣି।
ମାତ୍ର ୨୦୦ ଫୁଟରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଆ ପିଣ୍ଡ ବା ଗ୍ରହାଣୁ ତୁଙ୍ଗାସ୍କା ଅଞ୍ଚଳରେ ଏକ ବିରାଟ ଧ୍ଵଂସ ଲୀଳା ଘଟାଇଥିଲା। ଏଥିରୁ ଉତ୍ପନ ହୋଇଥିବା ଶକ୍ତି ହିରୋସୀମାରେ ପଡିଥିବା ପରମାଣୁ ବୋମାର ଶକ୍ତିଠାରୁ ପ୍ରାୟ ୧୦୦୦ ଗୁଣ ଅଧିକ ବୋଲି ଆକଳନ କରାଯାଇଛି। ସାଧାରଣତଃ ଗ୍ରହାଣୁ ପଡିବା ଅଞ୍ଚଳରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥାଏ କିନ୍ତୁ ଅନେକ ସମୟରେ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ଗ୍ରହାଣୁ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥାଏ। ଅନେକ ବର୍ଷ ତଳେ ଡାଇନୋସର ଗୁଡିକ ଏଭଳି ଏକ ଗ୍ରହାଣୁ ଧକ୍କା ଫଳରେ ଲୋପ ପାଇ ଯାଇଥିଲେ ଓ ପୃଥିବୀରେ ଶୀତଳ ଯୁଗ ଆସିଥିବା ଅନୁମାନ କରାଯାଏ। ଭାରତ ମହାରାଷ୍ଟ୍ରରେ ଥବିା ଲୋନା ସରୋବର ମଧ୍ୟ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଛି। କିଏ ଜାଣେ, ଗୋଟିଏ ବଡ ଗ୍ରହାଣୁ ଧକ୍କାରେ ପୃଥିବୀରୁ ଜୀବସତ୍ତା ଲୋପ ପାଇ ଯାଇପାରେ।
ଏଭଳି ଏକ ସମ୍ଭାବ୍ୟ ଦୁର୍ଘଟଣାରୁ କିପରି ପୃଥିବୀକୁ ରକ୍ଷା କରାଯାଇ ପାରିବ ସେଥିପାଇଁ ଏବେଠାରୁ ଅନେକ ଦେଶର ବୈଜ୍ଞାନିକମାନେ ମିଳିତଭାବେ କାର୍ଯ୍ୟ ଆରମ୍ଭ କଲେଣି। ଆମେ ଜାଣିଛେ ଯେ ଗ୍ରହାଣୁ ଗୁଡିକ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ଏକ ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ସବୁଠାରୁ ବଡ ପିଣ୍ଡ ସେରେସର ବ୍ୟାସ୍ ପ୍ରାୟ ୧୦୦୦ କିଲୋମିଟର ଓ ଏହାକୁ ଆମେ ଏବେ ବାମନ ଗ୍ରହ ଭାବେ ନାମିତ କରିଛୁ। ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ପିଣ୍ଡଗୁଡିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେଗୁଡିକ ମଧ୍ୟରେ ୯୯ ପ୍ରତିଶତ ବାୟୁ ମଣ୍ଡଳରେ ପ୍ରବେଶ କରିବା ସହ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ପୋଡି ପାଉଁଶ ହୋଇ ଯାଇଥାଏ। ଯେଉଁ ଅଳ୍ପ କେତୋଟି ପୃଥିବୀ ପୃଷ୍ଠରେ ପଡିବାର ସମ୍ଭାବନା ରହିଛି, ତାହା ବିପୁଳ କ୍ଷତି କରିପାରେ। ତେଣୁ ଅନେକ ଦେଶର ବୈଜ୍ଞାନିକମାନେ ଜାତିସଂଘ ଦ୍ଵାରା ମିଳିତ ଭାବରେ ପୃଥିବୀ ନିକଟରେ ରହିଥିବା ସମ୍ଭାବ୍ୟ ପିଣ୍ଡଗୁଡିକୁ ଖୋଜି ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ଶହ ସେଗୁଡିକର ଗତିପଥ ନିର୍ଣ୍ଣୟ କରିବା କାର୍ଯ୍ୟ ଆରମ୍ଭ କଲେଣି।
ବିଗତ ଦିନମାନଙ୍କରେ ବର୍ଷକୁ ହାରାହାରି ୧୦୦୦ଟି ନୂଆ ଗ୍ରହାଣୁ ଖୋଜା ଯାଉଥିଲା। କିନ୍ତୁ ଗତବର୍ଷଠାରୁ ଏହି କାର୍ଯ୍ୟ ପାଇଁ ୨୨ ହଜାରରୁ ଅଧିକ ବୈଜ୍ଞାନିକ ତଥା ସାଧାରଣ ନାଗରିକ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ ଦାଖଲ କରିଛନ୍ତି। ଆସନ୍ତା ବର୍ଷ ମାନଙ୍କରେ ନୂଆ ଗ୍ରହାଣୁର ଅନୁସନ୍ଧାନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ଓ ବର୍ଷକୁ ଏକ ହଜାର ଜାଗାରେ ଏକ ଲକ୍ଷ ଗ୍ରହାଣୁ ଖୋଜିବା ପାଇଁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରାଗଲାଣି। ଭାରତରେ ମଧ୍ୟ କେତେକ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିରେ ନିଜକୁ ନିୟୋଜିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାର ଏପରି ପିଣ୍ଡମାନ ଠାବ କରାଯାଇଛି, ଯାହା ଭବିଷ୍ୟତରେ ପୃଥିବୀର ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି।
ବୈଜ୍ଞାନିକ ମାନେ ବିଭିନ୍ନ ଉପାୟମାନ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯେପରିକି ଏହି ପିଣ୍ଡଗୁଡିକୁ ମହାକାଶରେ ଧ୍ଵଂସ କରାଯାଇ ପାରିବ, ନେଚତ୍ ସେମାନଙ୍କର ଗତିବିଧି ସାମାନ୍ୟ ବଦଳାଇ ଦେଇ ପୃଥିବୀ କକ୍ଷ ପଥରୁ ଦୂରାଇ ଦିଆଯାଇ ପାରିବ। ଏହା ଉପରେ ଅନେକ ପ୍ରକାରର ଉପାୟମାନ ଚିନ୍ତା କରାଯାଉଛି। ସେଥିପାଇଁ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ଅବସରରେ ବିବିଧ କାର୍ଯ୍ୟମାନ ଆୟୋଜନ କରାଯାଇ ଲୋକମାନଙ୍କୁ ସେଚେତନ କରିବା ସହ ଏଥିରେ ଯୋଡି ହେବାକୁ ଆହ୍ଵାନ କରାଯାଉଛି।