fbpx

କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧା, ଆୟୁଷ ଡାକ୍ତର ସ୍ନେହାଶୀଷ ଗିରିଙ୍କ ପରଲୋକ

ଫୁଲବାଣୀ(ଓଡ଼ିଶା ଭାସ୍କର) : କୋଭିଡ ଯୁଦ୍ଧରେ ଆଖିବୁଜିଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧାର। ଗତକାଲି ଜକନ୍ଧମାଳ ଜିଲ୍ଲା ଖଜୁରୀପଡାଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି କଟକ ଏସ୍ସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ସୂଚନା ମୁତାବିକ, ଡ.ଗିରି କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହେବା ପରେ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ବଡ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । ଚିକିତ୍ସିତ ଅବସ୍ଥାରେ ସେଠାରେ ମଙ୍ଗଳବାର ଦିନ ତାଙ୍କ ଦେହାନ୍ତ  ହୋଇଛି । ତାଙ୍କ ମୃତ୍ୟୁରେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଜିଲ୍ଲାପାଳ ଡ ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ଭୀନିତ ଅଗ୍ରଓ୍ଵ।ଲ ,ସିଡିଏମଓ ଡ୍ ରାଜଶ୍ରୀ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । କଟକ ପୁଲିସ ପକ୍ଷରୁ ମଧ୍ୟ ଡ. ଗିରିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.