fbpx

ଆଇସିୟୁରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଚିକିତ୍ସା ଜାରି ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌

ଢେଙ୍କାନାଳ,(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜ କଙଋର ଯାଦୁଗରୀରେ ଅଗଣିତ ଫ୍ୟାନ୍‌ ସୃଷ୍ଟି କରିଥିବା କଙଋଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ଲିଭର ଶିରୋସିସ୍‌ ସହିତ ହାର୍ଟ ଓ କିଡ଼ନୀଜନିତ ସମସ୍ୟାରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ଏକ ଡାକ୍ତରୀ ଟିମ୍‌ ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଥିବା ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ନମିତା ମିଶ୍ର ।

ଶକ୍ତି ମିଶ୍ର ୯୦ଦଶକରୁ ଅଦ୍ୟାବଧି ଓଡ଼ିଆ ସିନେ ଜଗତ ଓ ଆଲବମ ଜଗତରେ କଙଋଶିଳ୍ପୀ ଭାବରେ ଦବଦବା ଜାହିର କରି ଆସିଛନ୍ତି । ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଓ ‘ମେଘରେ ମେଘ’ ପ୍ରଭୃତି ଅନେକ ହିଟ୍‌ ଆଲବମ୍‌ରେ କଣ୍ଠଦାନ କରିଛନ୍ତି ଶକ୍ତି ମିଶ୍ର।

Get real time updates directly on you device, subscribe now.