fbpx
BSKY
BJD SHG SKY
BJD YOUTH SKY

ମଡ଼ର୍ଣ୍ଣା ଟିକା ଆମଦାନୀ ପାଇଁ ସିପ୍ଲାକୁ ଡିସିଜିଆଇ ଅନୁମତି, କୋଭିଡ୍ ଲଢ଼େଇରେ ଗେମ୍‌ ଚେଞ୍ଜର ହେବ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍‌- ଭି ପରେ ଏବେ ଭାରତରେ ଉପଲବ୍ଧ ହେବ ମଡ଼ର୍ଣ୍ଣା କରୋନା ଟିକା । ଆମେରିକାର ଏହି ଟିକାର ଆମଦାନୀ ପାଇଁ ସି୍ଲାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଅନୁମୋଦନ ମିଳିଛି । ଭାରତରେ ଏହି ଟିକାର ସୀମିତ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି । ସେହିପରି ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଭାରତ ଆଣିବା ପାଇଁ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଛି । ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ବ୍ୟବହାର ପାଇଁ ୪ଟି ଟିକା ଯଥା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଓ ମଡର୍ଣ୍ଣା ଉପଲବ୍ଧ ହେବ । ଆମେରିକାରେ କରୋନା ପ୍ରତିହତ ପାଇଁ ଫାଇଜର ଓ ମଡର୍ଣ୍ଣା ଟିକା ଉପଯୋଗ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ ମଡ଼ର୍ଣ୍ଣା ଟିକାର ପ୍ରଥମ ଡୋଜ୍‌ ନେବାର ୧୪ ଦିନ ପରେ ଏହା କରୋନା ବିରୋଧରେ ୯୪.୧ଧ ଲଢ଼େଇ କରିବାକୁ ସକ୍ଷମ । ସେହିପରି ସର୍ଭେ ଅନୁସାରେ କରୋନାର ସବୁ ଭାରିଏଣ୍ଟ ବିରୋଧରେ ମଡର୍ଣ୍ଣା ଟିକା ଫଳପ୍ରଦ । ତେଣୁ ଭାରତରେ ଏହା ଗେମ୍‌ ଚେଞ୍ଜର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.