fbpx

ରାଶିଫଳ (ବୁଧବାର ,୩୦ ଜୁନ ,୨୦୨୧)

ମେଷ: ସାମାଜିକ ସମ୍ପର୍କ ସୁଦୃଢ ହେବ । ବନ୍ଧୁମାନଙ୍କ ସହ ଖୁବ୍‌ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତା ମିଳିବ । ମନ ପ୍ରଫୁଲ ରହିବ।

ବୃଷ: କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ ମନ ହେବ । ନିଜର ମନର କଥା ଶୁଣନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।

ମିଥୁନ: ଆପଣଙ୍କ ବିଚାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ହୋଇଯିବ ।

କର୍କଟ: ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହିବେ । ବନ୍ଧୁମାନଙ୍କ ସହ ସାକ୍ଷତ ହେବ । ସେମାନଙ୍କ ସହ ବାହାରକୁ ଖାଇବାକୁ ଯାଇପାରନ୍ତି । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।

ସିଂହ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ଶାନ୍ତିକୁ ବଜାୟ ରଖିପାରିବେ । ଆପଣଙ୍କୁ ଯେଉଁ କଥା ଆଜି ଗୁରୁତ୍ୱପୂର୍ଣ୍ଣ ଲାଗୁଛି ସେହିକଥା କାଲି ମୂଲ୍ୟହୀନ ହେବ ।

କନ୍ୟା: ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ବିଶ୍ୱାସ । ସମସ୍ତଙ୍କ ଉପରେ ବିଶ୍ୱାସ ରଖନ୍ତୁ ସବୁ କାମ ଆପେ ଆପେ ହୋଇଯିବ । ହେଲେ କିଛି ସଂକ୍ରମିତ ରୋଗରେ ପୀଡିତ ହୋଇପାରନ୍ତି ।

ତୁଳା: ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ବିଛା: ଦୃଢ଼ତା ଏବଂ ଧୈର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଧନୁ: ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ । ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ ।

ମକର: ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ,ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।

କୁମ୍ଭ: ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁ ଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।

ମୀନ: କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସତର୍କ ରୁହନ୍ତୁ । ମା ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ ବିପଦ ଆପେ ଟଳିଯିବ ।

Get real time updates directly on you device, subscribe now.