fbpx

ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍

ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ପ୍ରଥମ ଥରା ପାଇଁ ୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ଅଦିତି । ମଙ୍ଗଳବାର ଗଲ୍ଫରଙ୍କ ବିଶ୍ୱ ରାଙ୍କିଙ୍ଗ ପ୍ରକାଶ ପାଇବା ସହିତ ଅଲିମ୍ପିକ୍ ବର୍ଥ ନିଶ୍ଚିତ କରିଥିଲେ ଅଦିତି । ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଅଦିତି କହିଛନ୍ତି ।
୨୦୧୫ ଯାଏଁ ମୁଁ ପେସାଦାର ଗଲ୍ଫର ନଥିଲି । ରିଓ ଯୋଗ୍ୟତା ହାସଲ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥିଲା । ତେବେ ଟୋକିଓ ଯୋଗ୍ୟତା ହାସଲ ପାଇଁ ମୁଁ ନିଶ୍ଚିତ ରହିଥିଲି ବୋଲି ଅଦିତି ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ସମୟରେ ଅଦିତି ବିଶ୍ୱ ମାନ୍ୟତାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ପୁରୁଷ ବିଭାଗରେ ୬୦ତମ ସ୍ଥାନରେ ରହିଥିବା ଅନିର୍ବାଣ ଲାହିରି ଯୋଗ୍ୟତା ଅର୍ଜନ କରିବା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ ଲାହିରିଙ୍କୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Get real time updates directly on you device, subscribe now.