fbpx

ଏହି ୧୧ ଜିଲ୍ଳାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟର ୧୧ଟି ଜିଲ୍ଲାରେ ବୁଧବାର ଟିକାକରଣ ବନ୍ଦ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣରେ ଟିକା ମହଜୁଦ ନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ସମସ୍ତ ଜିଲ୍ଲା ମାନଙ୍କରେ କୋଭିସିଲ୍ଡ ଟିକା ପ୍ରଦାନ କରାଯାଉଛି । ତେବେ କୋଭିସିଲ୍ଡ ଟିକା ମହ÷ଜୁଦ ନଥିବାରୁ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.