fbpx

ଆମେରିକା-କାନାଡାରେ ଭୀଷଣ ଗରମ ସାଜିଛି କାଳ, ଲୁ’ରେ ପ୍ରାଣ ହରାଇଲେଣି ୫୮୦

ନୂଆଦିଲ୍ଳୀ: ଆମେରିକା ଓ କାନାଡାରେ ଭୀଷଣ ଗରମ ବଢ଼ିବାରେ ଲାଗିଛି । ଅତ୍ୟଧିକ ଗରମ ସହ୍ୟ କରିନପାରି ପ୍ରାଣ ହରାଉଛନ୍ତି । ଏହି ଦୁଇ ଦେଶରେ ଏଯାବତ୍ ମୋଟ ୫୮୧ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ପ୍ରଶାନ୍ତ ଉତ୍ତର-ପଶ୍ଚିମାଞ୍ଚଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚିକିତ୍ସକଙ୍କ କହିବା ମୁତାବକ, ଅତ୍ୟଧିକ ଗରମ କାରଣରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଏହି କ୍ରମରେ ଓରିଗମ୍, ୱାଶିଂଟନ୍ ଷ୍ଟେଟ୍ ଏବଂ କାନାଡାରେ ବ୍ରିଟିଶ୍ କଲମ୍ବିଆରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ମୃତ୍ୟୁ ପଛର ଅସଲ କାରଣ ଲୁ’ କି ନୁହେଁ ତାହା ଯାଞ୍ଚ କରାଯାଉଛି । ଏହି ଅଞ୍ଚଳ ମାନଙ୍କରେ ଜୁନ୍ ୨୫ ତାରିଖରୁ ଗରମ ପ୍ରବାହ ହେବା ଆରମ୍ଭ ହୋଇଯାଇଛି ।

ଓରିଗନ୍ ର ଚିକିତ୍ସକ ମାନେ ଶୁକ୍ରବାର କହିଛନ୍ତି ଯେ, ଏକା ଏହି ରାଜ୍ୟରେ ମୃତକଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି । ସେହିପରି ୱାଶିଂଟନ୍ ରାଜ୍ୟରେ ଅଧିକାରୀ ମାନଙ୍କ କହିବା ଅନୁସାରେ, ଏଠାରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ଏହି ସଂଖ୍ୟା ଆହୁରି ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.