fbpx

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଆଜି ରାତିରେ ୨ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବ ଏହି ସର୍ଭିସ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର କିଛି ବ୍ୟାଙ୍କିଙ୍ଗ ସର୍ଭିସ ଶନିବାର ରାତିରେ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଟ୍ୱିଟର ଜରିଆରେ ବ୍ୟାଙ୍କ ଏହାର ସୂଚନା ଦେଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଶନିବାର ବିଳମ୍ବିତ ରାତି ୩ଟା ୨୫ରୁ ସକାଳ ସକାଳ ୫ଟା ୫୦ ମିନିଟ ପର୍ଯ୍ୟନ୍ତ ଏସବିଆଇର ଡିଜିଟାଲ ସେବା ଚାଲିବ ନାହିଁ । ଅର୍ଥାତ୍ ବ୍ୟାଙ୍କ ସେବାଗୁଡିକ ୪ ଜୁଲାଇରେ ୩.୨୫ରୁ ୫.୫୦ ପର୍ଯ୍ୟନ୍ତ ବନ୍ଦ ରହିବ ।

ଟ୍ୱିଟର ଜରିଆରେ ବ୍ୟାଙ୍କ କହିଛି ଯେ, ଏହି ସମୟ ମଧ୍ୟରେ ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ସହିତ ମୋବାଇଲ ବ୍ୟାଙ୍କିଙ୍ଗ ୟୋନୋ, ୟୋନୋ ଲାଇଟ୍ ଓ ୟୁପିଆଇ ମଧ୍ୟ ବନ୍ଦ ରହିବ । ଏସବିଆଇର ଏହି ସେବାଗୁଡିକ ବନ୍ଦ ହେବା ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦ ଜୁନ୍ ଓ ୧୩ ଜୁନରେ ନିଜର ସେବାଗୁଡିକ ୪-୪ ଘଣ୍ଟା ପାଇଁ ବନ୍ଦ ରଖିଥିଲା ବ୍ୟାଙ୍କ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର କହିବା ମୁତାବ. ଏହି ଜରୁରୀ ସେବାର ମେଣ୍ଟେନାନ୍ସ ପାଇଁ ସେବାଗୁଡିକ ବନ୍ଦ କରାଯାଉଛି ।

Get real time updates directly on you device, subscribe now.