fbpx
BJD SKY
BJD SKY

ପୁସ୍କର ସିଂ ଧାମିଙ୍କ ସମ୍ପର୍କରେ କିଛି ଅଜଣା କଥା, ଜାଣିବା ପାଇଁ ପଢନ୍ତୁ….

BJD

ଡେରାଡୁନ୍: ଉତ୍ତରାଖଣ୍ଡର ରାଜନୈତିକ ସଙ୍କଟ ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି ପୁସ୍କର ସିଂ ଧାମି । ୪୫ ବର୍ଷୀୟ ଧାମି ତୀରଥ ସିଂ ରାୱତଙ୍କ ଉତ୍ତରାଧିକାରୀ ଭାବାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କର ନିଯୁକ୍ତି କିନ୍ତୁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ରହିଛି । ୫୭ ଜଣ ବିଜେପି ବିଧାୟକ ଡେରାଡୁନ୍ ସ୍ଥିତ ମୁଖ୍ୟାଳୟରେ ଏକତ୍ର ହେବା ପରେ ପୁସ୍କର ନାମରେ ମୋହର ବାଜିଥିଲା ।

୪୫ ବର୍ଷରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ତୀରଥ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି । ଦୁଇ ଥର ବିଧାୟକ ରହିଥିବା ଧାମି ଥରେ ମଧ୍ୟ ମନ୍ତ୍ରୀ ପଦ ହାସଲରେ ସକ୍ଷମ ହୋଇନାହାନ୍ତି । ଉଧମ ସିଂ ନଗରରୁ ବର୍ତ୍ତମାନ ବିଧାୟକ ରହିଥିବା ଧାମି ରାଜ୍ୟ ଯୁବ ବିଜେପିର ସଭାପତି ତଥା ବୃତିଗତ ଭାବରେ ଜଣେ ଓକିଲ । ବର୍ତ୍ତମାନର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ଧାମିଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛି । କୋଶ୍ୟାରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଧାମି ସ୍ୱତନ୍ତ୍ର ଡ୍ୟୁଟିରେ ନିଯୁକ୍ତ ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଥିବା ଜଣାପଡିଛି ।

ଉତ୍ତରାଖଣ୍ଡ ଏପରି ଏକ ରାଜ୍ୟ ଯେଉଁଠି ବିଜେପି ନିୟମିତ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥାଏ । ବିଗତ ୪ ମାସ ମଧ୍ୟରେ ବିଜେପିର ୩ ଜଣ ନେତା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ସାରିଛନ୍ତି । ତ୍ରିଭେନ୍ଦ୍ର ସିଂ ରାୱତ ଓ ତୀରଥ୍ ସିଂ ରାୱତଙ୍କ ପରେ ଧାମି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ୨୦୦୦ରେ ରାଜ୍ୟ ଗଠନ ସମୟରେ ନିତ୍ୟାନନ୍ଦ ସ୍ୱାମୀ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୨୦୦୧ ନିର୍ବାଚନ ପୂର୍ବରୁ କୋଶ୍ୟାରୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

Get real time updates directly on you device, subscribe now.