fbpx

ଭାରତର ଟପ୍-୧୦ ଆଇଆଇଟିଆନ, ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)କୁୁ ସବୁଠାରୁ ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଆଇଆଇଟିରୁ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ସଦାସର୍ବଦା ଦେଶକୁ ଗୌରବାନ୍ୱିତ କରିଛନ୍ତି । ସାଧାରଣତଃ ଆଇଆଇଟି ପର୍ଯ୍ୟନ୍ତ ଯାତ୍ରାକୁ କଠିନ ବୋଲି ବିବେଚନା କରାଯାଇଥାଏ । ଆସନ୍ତୁ ସମ୍ୟକରେ ଆଲୋଚନା କରିବା ଆଇଆଇଟିରୁ ସଫଳତାର ସହିତ ପାସ୍ କରିଥିବା କିଛି ସଫଳ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ।

୧. ସୁନ୍ଦର ପିଚାଇ : ଏହି ତାଲିକାରେ ସର୍ବପ୍ରଥମ ନାମ ନିଶ୍ଚିତ ଭାବରେ ପିଚାଇଙ୍କର ହିଁ ରହିବ । ଗୁଗୁଲ ଓ ଆଲ୍ଫାବେଟର ସିଇଓ ଭାବରେ କାର୍ଯ୍ୟରତ ସୁନ୍ଦର ୧୯୯୩ରେ ଆଇଆଇଟି ଖଡଗପୁରରୁ ନିଜର ବି. ଟେକ୍ ସମ୍ପୂର୍ଣ୍ଣ କରିଥିଲେ । ଚେନ୍ନାଇର ଏହି ଯୁବକ ଜଣକ ମେଟାଲ୍ଲର୍ଜିକାଲ ଇଞ୍ଜିନିଅରିଙ୍ଗରେ ଶିକ୍ଷା ହାସଲ କରିଥିଲେ । ଅଗଷ୍ଟ ୧୦, ୨୦୧୫ରେ ଗୁଗୁଲ୍ ଏବଂ ଦୁଇ ମାସ ପରେ ଆଲ୍ଫାବେଟରୁ ସିଇଓ ହୋଇଥିଲେ ସୁନ୍ଦର । ଟାଇମ ମାଗାଜିନ୍ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ୨୦୧୬ ଏବଂ ୨୦୨୦ରେ ପିଚାଇଙ୍କ ନାମ ଘୋଷଣା କରାଯାଇଥିଲା । ସାଧାରଣତଃ ଟପ୍ପର ମାନେ କ୍ୟାରିୟର ଚୟନରେ ଶିକ୍ଷାକୁ ଅଗ୍ରାଧିକାର ଦେଇଥାନ୍ତି ମାତ୍ର ସୁନ୍ଦର ନିଜ ପାଇଁ ଅଲଗା ପଥ ବାଛିଥିଲେ ଯାହା ତାଙ୍କୁ ସଫଳତା ପ୍ରଦାନ କରିଥିଲା ।

୨. ରଘୁରାମ ରାଜନ୍ : ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଉ ଜଣେ ତାମିଲିଆନ୍ । ଏହି ଅର୍ଥନୀତିଜ୍ଞ ଜଣଙ୍କ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ବି.ଟେକ୍ ଶିକ୍ଷା ସମାପ୍ତ କରିଥିଲେ । ଆଇଆଇଟି ଦିଲ୍ଲୀରୁ ୧୯୮୫ରେ ରାଜନ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଇଆଇଏମ୍ ଅହମ୍ମଦାବାଦରୁ ନିଜର ଏମବିଏ ଡିଗ୍ରୀ ହାସଲ କରିଥିଲେ ରାଜନ । ଉଲ୍ଲେଖଯୋଗ୍ୟ ଯେ, ରାଜନ ଉଭୟ ଆଇଆଇଟି ଏବଂ ଆଇଆଇଏମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ରାଜନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ହେବା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୩. ବିନୋଦ ଖୋସଲା: ଭେଞ୍ଚର କ୍ୟାପିଟାଲିଷ୍ଟ ବିନୋଦ ଖୋସଲା ୧୯୭୬ରେ ଆଇଆଇଟି ଦିଲ୍ଲୀରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ବି. ଟେକ୍ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ଆମେରିକୀୟ ଟେକ୍ ଫାର୍ମ ସନ୍ ମାଇକ୍ରୋ ସିଷ୍ଟମ ସହ ପ୍ରତିଷ୍ଠାତା ରହିଥିଲେ । ଏହି କମ୍ପାନୀ ମୁଖ୍ୟତଃ ଜାଭା ପ୍ରୋଗ୍ରାମିଙ୍ଗ ଏବଂ କମ୍ପ୍ୟୁଟର ଭାଷା ବିକଶିତ କରୁଥିଲା । ତାଙ୍କ କ୍ୟାରିୟରରେ ଆଇଆଇଟି ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଛନ୍ତି ବିନୋଦ ଖୋସଲା ।

୪. ଦୀପିନ୍ଦର ଗୋୟଲ: ଅନଲାଇନ ଫୁଡ ଡେଲିଭରୀ ଫର୍ମାଟ ଜୋମାଟୋର ପ୍ରତିଷ୍ଠାତା ଏବଂ ସିଇଓ ହେଉଛନ୍ତି ଦୀପିନ୍ଦର ଗୋୟଲ । ଗୋୟଲ ୨୦୦୫ରେ ଆଇଆଇଟି ଦିଲ୍ଳୀରୁ ମ୍ୟାଥମେଟିକ୍ସ ଓ କମ୍ପ୍ୟୁଟିଂରେ ଏମ ଟେକ୍ ଶିକ୍ଷା ସମାପ୍ତ କରିଥିଲେ । ନିଜ କ୍ୟାରିୟରରେ ହାସଲ କରିଥିବା ଅର୍ଦ୍ଧାଧିକ ଜିନିଷ ମୁଁ ଆଇଆଇଟି ଦିଲ୍ଲୀରୁ ଶିଖିଛି । ଧୈର୍ଯ୍ୟ, ଜିଦ୍ ଓ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବାର ଦକ୍ଷତା ମୁଁ ଆଇଆଇଟି ଦିଲ୍ଲୀରୁ ହାସଲ କରିଛି ବୋଲି ଗୋୟଲ କହିଛନ୍ତି । ମାତ୍ର ୨୦୧୫ରେ ଆଇଆଇଟି ଦିଲ୍ଲୀ ଏବଂ ଜୋମାଟୋ ମଧ୍ୟରେ ବିବାଦ ଦେଖା ଦେଇଥିଲା । କ୍ୟାମ୍ପସ ପ୍ଲେସମେଣ୍ଟକୁ ନେଇ ଦୀପିନ୍ଦର ଓ ଆଇଆଇଟି ଦିଲ୍ଲୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

୫. ନାରାୟଣ ମୂର୍ତ୍ତି: ଇନଫୋସିସର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତି ଏହି ତାଲିକାର ୫ମ ସ୍ଥାନରେ ରହିଛନ୍ତି । ମୂର୍ତ୍ତି ୧୯୬୯ରେ ଆଇଆଇଟି କାନପୁରରୁ ନିଜର ଏମ୍ ଟେକ୍ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ଏହା ପୂର୍ବରୁ ଆଇଆଇଟି ପାଶ୍ କରିଥିଲେ ହେଁ ଅର୍ଥାଭାବରୁ ମାଇଶୋର ୟୁନିଭର୍ସିଟିରୁ ଗ୍ରାଜୁଏସନ ସମାପ୍ତ କରିଥିଲେ । ଏହାପରେ ନାରାୟଣ ମୂର୍ତ୍ତି ଇନଫୋସିସ୍ ପ୍ରତିଷ୍ଠା କରିଥିଲେ ।

୬. ଚେତନ ଭଗତ: ଭାରତର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ ଲେଖକ ଚେତନ ଭଗତ କେବଳ ଆଇଆଇଟି ନୁହେଁ ବରଂ ଆଇଆଇଏମରୁ ମଧ୍ୟ ପାସ କରିଛନ୍ତି । ୧୯୯୫ରେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆଇଆଇଏମ୍ ଅହମ୍ମଦାବାଦରୁ ୧୯୯୭ରେ ନିଜର ଏମବିଏ ସମାପ୍ତ କରିଥିଲେ । ଆଇଆଇଟି ଦିଲ୍ଲୀ ରହଣି ସମୟର କାହାଣୀକୁ ନେଇ ଫାଇଭ୍ ପଏଣ୍ଟ ସମୱାନ ନଭେଲ ଲେଖିଥିଲେ ଚେତନ । ପରବର୍ତ୍ତୀ ସମୟରେ ଏହି ନଭେଲଟିରୁ ଥ୍ରି ଇଡିଅଟ୍ସ ଫିଲ୍ମ ନିର୍ମାଣ ହୋଇଥିଲା ।

୭. ସଚିନ୍ ବଂଶଲ: ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ସଚିନ୍ ବଂଶଲ । ସଚିନ୍ ୨୦୦୫ରେ ଆଇଆଇଟି ଦିଲ୍ଲୀରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ନିଜର ବି ଟେକ୍ ସମାପ୍ତ କରିଥିଲେ । ପ୍ରଥମ ଚେଷ୍ଟାରେ ଆଇଆଇଟି ପ୍ରବେଶରେ ବିଫଳ ହୋଇଥିଲେ ସଚିନ୍ । ତେବେ ଦ୍ୱିତୀୟ ପ୍ରୟାସରେ ସଚିନ୍ ଆଇଆଇଟି ଯାଇଥିଲେ। ଏହାପରେ ବିନ୍ନି ବଶଂଲଙ୍କ ସହିତ ମିଶି ୨୦୦୭ରେ ଭାରତର ଅନଲାଇନ୍ ଡେଲିଭରୀ ପ୍ଲାଟଫର୍ମ ଫ୍ଲିପକାର୍ଟ ପ୍ରତିଷ୍ଠା କରିଥିଲେ ସଚିନ୍ ।

୮. ରୋହିତ ବଂଶଲ: ସ୍ନାପଡିିଲର ସହ ପ୍ରତିଷ୍ଠାତା ରୋହିତ ବଂଶଲ ଏହି ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । ପଞ୍ଜାବର ଏକ ଛୋଟ ସହରରୁ ଆସିଥିବା ରୋହିତ ପ୍ରଥମ ପଞ୍ଜାବ ଛାତ୍ର ଭାବେ ଆଇଆଇଟିରେ ପଢିଥିଲେ । ଆଇଆଇଟି ଦିଲ୍ଲୀରୁ ସେ କମ୍ପ୍ୟୁଟର ସାଇନ୍ସରେ ନିଜର ମାଷ୍ଟର୍ସ ସମାପ୍ତ କରିଥିଲେ । ଏପରିକି ନିଜର ପ୍ରଥମ ଜବ ଅଫରକୁ ରୋହିତ ପ୍ରତ୍ୟାଖ୍ୟାନ କରି ସ୍ନାପଡିଲ୍ ଆରମ୍ଭ କରିଥିଲେ ।

୯. ଜୀତେନ୍ଦ୍ର କୁମାର: ଏହି ତାଲିକାର ୯ମ ସ୍ଥାନରେ ରହିଥିବା ଜିତେନ୍ଦ୍ର କୁମାର ହେଉଛନ୍ତି ଜଣେ ଅଭିନେତା । ଟିଭିଏଫର ଏକାଧିକ ଭିଡିଓରେ ନଜର ଆସୁଥିବା ଜୀତେନ୍ଦ୍ର ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିଥିଲେ । ୱେବ୍ ସିରିଜ୍ ପଞ୍ଚାୟତ ପାଇଁ ଜିତେନ୍ଦ୍ର ଫିଲ୍ମଫେୟାର ଓଟିଟି ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ୨୦୧୨ରେ ଆଇଆଇଟି ଖଡଗପୁରରୁ ସିଭିଲ ଇଞ୍ଜିନିୟରିଂରେ ଜିତେନ୍ଦ୍ର ନିଜର ବିଟେକ୍ ଡିଗ୍ରୀ ହାସଲ କରିଥିଲେ ।

୧୦. ଭାବିଶ ଅଗ୍ରୱାଲ: ଭାରତରେ ଯାତାୟତର ସୁବିଧା ପାଇଁ ଓଲା କ୍ୟାବର ଲଞ୍ଚ କରିଥିଲେ ଭାବିଶ । ଓଲାର ସହ ପ୍ରତିଷ୍ଠାତା ଭାବିଶ ୨୦୦୮ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଥିଲେ । ଆଇଆଇଟି ବମ୍ବେରେ ଅଙ୍କିତ ଭାଟିଙ୍କ ସହିତ ତାଙ୍କର ବନ୍ଧୁତା ହୁଏ । ପରବର୍ତ୍ତୀ ସମୟରେ ୨୦୧୦ରେ ଅଙ୍କିତ ଓ ଭାବିଶ ମିଳିତ ଭାବରେ ୨୦୧୦ରେ ଲଞ୍ଚ କରନ୍ତି ଓଲା କ୍ୟାବ୍ ।

Get real time updates directly on you device, subscribe now.