fbpx

ଏଣିକି ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ! ମାର୍କେଟକୁ ଆସିଲା ଭବିଷ୍ୟବାଣୀ କରୁଥିବା କାଲକୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ । କେଉଁ ଦିନ କାହାର ଶେଷ ଦିନ ହେବ, ତାହା କେହି କହିପାରିବେ ନାହିଁ । କିନ୍ତୁ ଆଗାମୀ ସମୟରେ ଏହି କଥା ଭୁଲ ଭାବେ ପ୍ରମାଣିତ ହୋଇଯିବ । କାହିଁକି ନା ଅନୁସନ୍ଧାନକାରୀମାନେ ଏକ ମେସିନ ତିଆରି କରିଥିବା ଦାବି କରିଛନ୍ତି, ଯାହାକି ଏକ ବ୍ୟକ୍ତିର ମରିବା ପୂର୍ବରୁ ମୃତ୍ୟୁ ତାରିଖ କହିଦେବ । ଫଳରେ ବ୍ୟକ୍ତିଜଣକ ନିଜ ମୃତ୍ୟୁ ପୂର୍ବରୁ ବଞ୍ଚିଥିବା ସମୟକୁ ନିଜ ହିସାବରେ ବିତାଇପାରିବ ।

ତେବେ ମାର୍କେଟରେ ମୃତ୍ୟୁର ତାରିଖ କହୁଥିବା କାଲକୁଲେଟର ଲଞ୍ଚ ହୋଇଛି । ଏହି କାଲକୁଲେଟରର ନାଁ Risk Evaluation for Support: Predictions for Elder-Life in the Community Tool (RESPECT) ରହିଛି । ଏଥିରେ ଦୁନିଆର ପ୍ରାୟ ଅଧା ବୟସ୍କଙ୍କ ଡାଟା ଅପଲୋଡ କରାଯାଇଛି । ଏଥିରେ ଆପଣଙ୍କ ଜୀବନର ହାରାହାରି ବୟସକୁ ନେଇ ମୃତ୍ୟୁ ତାରିଖ କାଲକୁଲେଟ କରାଯିବ । ଏହି ଡିଭାଇସ ଆସନ୍ତା ୪ ସପ୍ତାହ ମଧ୍ୟରେ ହେବାକୁ ଥିବା ମୃତ୍ୟୁର ଅନୁମାନ ଲଗାଇପାରିବ ।

ସୂଚନା ମୁତାବକ, ଏହି ଡିଭାଇସର ପ୍ରସ୍ତୁତି ୨୦୧୩ରୁ ଆରମ୍ଭ ହୋଇଥିଲା । ସେହି ସମୟରୁ ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଲୋକ ନିଜର ମେଡିକାଲ ସ୍ଥିତି ଓ ନିଜର ଅବସ୍ଥା ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସେମାନଙ୍କର ଅବସ୍ଥା ଏପରି ଥିଲା, କି ସେମାନେ ଆଗାମୀ ୫ ବର୍ଷ ମଧ୍ୟର ମୃତ୍ୟୁବରଣ କରିଥାନ୍ତେ । ସମସ୍ତ ମେଡିକାଲ ଡିଟେଲକୁ ଆଧାର କରି ସେମାନେ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ , ତାହା ଧାର୍ଯ୍ୟ କରାଯାଇଥିଲା ।

Get real time updates directly on you device, subscribe now.