fbpx

ଓଏସଏପି-୭ ବାଟାଲିୟନରେ ରକ୍ତଦାନ ଶିବିର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଓଏସଏପି -୭ ବାଟାଲିୟନରେ ବୁଧବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆରସିଏସ ସହାୟତା କରିଥିଲା । କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡିସିପି ନିର୍ମଳ କୁମାର ଶତପଥି(ଓଏପିଏସ୍-୧), ଡିସିପି ବିଜୟ କୁମାର ସାହୁ, ଓଏପିଏସ୍-୧ ଏସିପି ଲଳିତେନ୍ଦୁ ମହାନ୍ତି, ଏସିପି ହେମନ୍ତ କୁମାର ଦାସ ଓ ଏସିପି ଜସୱନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ବିଏମସି ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମୁଦାୟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Get real time updates directly on you device, subscribe now.