୫ ଓଏଏସଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଓଏଏସଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ପ୍ରଶାସନିକ ଓ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ୍ ଏ ରେ ରହିଥିବା ଓଏଏସ ମାନଙ୍କୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ରାୟଗଡାର ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି । ବିଜୟଲକ୍ଷ୍ମୀ ପାଟଶାଣୀଙ୍କୁ ଓଡିଶା ସବ ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ(ଭୁବନେଶ୍ୱର)ର ସହକାରୀ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ବାଙ୍କୀର ଉପ ଜିଲ୍ଲାପାଳ ଭାବେ ରଞ୍ଜନ କୁମାର ଜେନାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବିନୋଦ କୁମାର ଜେନାଙ୍କୁ ମିଶନ ଶକ୍ତି ବିଭାଗର ସହକାରୀ ସଚିବ ଭାବେ ନିଯୁକ୍ତ କରାଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପାଇଁ ସ୍ୱତନ୍ତ୍ର ଅଫସର ଭାବରେ ନିଯୁକ୍ତ ହୋଇଛନ୍ତି ବିଜୟାନନ୍ଦ ନାୟକ । ଏହି ଅଧିକାରୀ ମାନଙ୍କୁ ଓଆରଏସପି ୨୦୧୭ ଅନୁଯାୟୀ ବର୍ଦ୍ଧିତ ବେତନ ପ୍ରଦାନ କରାଯିବ ।