fbpx

ରୋଷେଇ କରୁଥିଲେ ବେଳେ ଜିଅନ୍ତା ଜଳିଗଲେ ମହିଳା

ଭଦ୍ରକ,୧୨ ।୨(ଓଡିଶା ଭାସ୍କର): ରୋଷେଇ କରୁଥିବାବେଳେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା । ଘଟଣାଟି ଆଜି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗ୍ରାମରେ ଘଟିଛି। ଏହି ଅଗ୍ନିକାଣ୍ଡରେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆଜି ସରୋଜିନୀ ପରିଡ଼ା ସକାଳୁ ରୋଷେଇ କରୁଥିଲେ । ଏହି ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତାହା ଫାଟିଯାଇଥିଲା। ଘଟଣା ସ୍ଥଳରେ ସରୋଜିନୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସ୍ୱାମୀ ଅନ୍ତର୍ଯ୍ୟାମୀ ପରିଡ଼ା ଗୁରୁତର ଆହତ ହୋଇଛନ୍ତି। ୩ ବଖରା ଘର ସମେତ ବହୁ ଆସବାପତ୍ର ଜଳିଯାଇଥିବା ଜଣାପଡିଛି।

Get real time updates directly on you device, subscribe now.