fbpx

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଶୁକ୍ରବାର ଲୋକାୟୁକ୍ତଙ୍କ ପକ୍ଷରୁ କ୍ଲିନଚିଟ୍ ପ୍ରଦାନ କରାଯାଇଛି । ମେଡିକାଲ ବିଲ ବାବଦକୁ ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦଙ୍କ ବିରୋଧରେ ଏହି ମାମଲା କରାଯାଇଥିଲା । ମାମଲାର ରାୟ ବିଷ୍ଣୁପଦଙ୍କ ସପକ୍ଷରେ ଯାଇଥିଲେ ହେଁ ୩ଟି ଚେକରେ ସେ ୩.୨୭ ଲକ୍ଷ ଟଙ୍କାର ମେଡିକାଲ ବିଲ ଫେରସ୍ତ କରିଛନ୍ତି ।

ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିବା ସମୟରେ ବିଷ୍ଣୁପଦଙ୍କ ବାପା ଓ ସ୍ତ୍ରୀଙ୍କ ଚିକିତ୍ସା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା । ବିଷ୍ଣୁପଦ ଅର୍ଥ ଫେରସ୍ତ କରିଥିଲେ ହେଁ ପରିଚାଳନା ନିର୍ଦ୍ଦେଶକ ମେଡିକାଲ ବିଲ୍ ନେବା ଭୁଲ ନୁହେଁ ବୋଲି ଲୋକାୟୁକ୍ତ କହିଛନ୍ତି ।

Get real time updates directly on you device, subscribe now.