fbpx

ଦୁଇଟି ରାଜ୍ୟରେ ଦେଶର ଅଧା କରୋନା ଆକ୍ରାନ୍ତ: ଚିନ୍ତା ବଢାଉଛି କେରଳ ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ୧୦ ଟି ରାଜ୍ୟରେ ପଜିଟିଭିଟି ହାର ୧୦ରୁ ଅଧିକ ରହିଛି । ସେହିପରି ଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧା ଆକ୍ରାନ୍ତ କେବଳ ୨ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ଦେଶର ଅନ୍ୟ ସ୍ଥାନ ମାନଙ୍କରେ ସ୍ଥିତି ସାଧାରଣ ହୋଇଥିଲେ ହେଁ କେରଳ ଓ ମହାରାଷ୍ଟ୍ରରେ ଅଣାୟତ୍ତ ସ୍ଥିତିରେ ରହିଛି କରୋନା ସଂକ୍ରମଣ । କେରଳର ୧୪ଟି ଜିଲ୍ଲା ଓ ମହାରାଷ୍ଟ୍ରର ୧୫ଟି ଜିଲ୍ଲାରେ ସଂକ୍ରମଣ ଚିନ୍ତାଜନକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

ବିଗତ ଏକ ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କୁ ସଂଖ୍ୟାରେ ୮ ପ୍ରତିଶତ ହ୍ରାସ ଘଟିଛି । ସମୁଦାୟ ୯୦ଟି ଜିଲ୍ଲାରୁ ୮୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହା ମଧ୍ୟରୁ କେରଳ ଓ ମହାରାଷ୍ଟ୍ରର ୨୯ ଜିଲ୍ଲାରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ନିକଟରେ ବିଶ୍ୱରେ ୟୁକେ, ଋଷିଆ ଓ ବାଂଲାଦେଶରେ କରୋନା ଆକ୍ର୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୟୁକେରେ ୟୁରୋ କପ ଅନୁଷ୍ଠିତ ହୋଇଥିଲା । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ କୋଭିଡ ନିୟମ ଉଲ୍ଲଂଘନ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ନିୟମ ନ ମାନିଲେ ଭାରତରେ ମଧ୍ୟ ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ବୋଲି ଅଗ୍ରୱାଲ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.