fbpx

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି! ଜାଣନ୍ତୁ କେଉଁଠି

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ନିୟମ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍-୨୦୨୧ ର ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଖୁବ ଶୀଘ୍ର ଆୟୋଗ ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି ଡ୍ରାଫ୍ଟ ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ଲାଭ ମିଳିପାରିବ ନାହିଁ । ସେହି ବ୍ୟକ୍ତି ସରକାରୀ ଚାକିରି ପାଇଁ ମଧ୍ୟ ଆବେଦନ କରିପାରିବେ ନାହିଁ ଏବଂ କୌଣସି ସ୍ଥାନୀୟ ନିର୍ବାଚନ ଲଢ଼ିପାରିବେ । ତେବେ ଆୟୋଗ ଜୁଲାଇ ୧୯ ପର୍ଯ୍ୟନ୍ତ ଜନତାଙ୍କ ଠାରୁ ଏ ସଂପର୍କରେ ରାୟ ମାଗିଛି ।

ଏହି ନିୟମ ଲକ୍ଷ୍ୟ ରହିଛି ରାଜ୍ୟରେ ଦୁଇ ସନ୍ତାନ ପଲିସିକୁ ଉତ୍ସାହିତ କରିବା । ଡ୍ରାଫ୍ଟ୍ରରେ କୁହାଯାଇଛି ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କ ରାସନ କାର୍ଡ କେବଳ ଚାରି ସଦସ୍ୟ ପର୍ଯ୍ୟନ୍ତ ସୀମିତ ରହିବ ଏବଂ ସେ କୌଣସି ପ୍ରକାର ସରକାରୀ ସବସିଡି ପ୍ରାପ୍ତ କରିବା ପାଇଁ ଯୋଗ୍ୟ ହେବେନାହିଁ । ଆଇନ ଲାଗୁ ହେବାର ଏକ ବର୍ଷ ମଧ୍ୟରେ ଶପଥପତ୍ର ଦେବାକୁ ହେବ ଯେ ସେମାନେ ନିୟମ ଉଲ୍ଲଘଂନ କରୁନାହାଁନ୍ତି । ଶପଥପତ୍ର ଦେବା ପରେ ଯଦି ତୃତୀୟ ସନ୍ତାନ ଜନ୍ମ ହୁଏ ତେବେ ଡ୍ରାଫ୍ଟ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପଦୋନ୍ନତିକୁ ବନ୍ଦ କରାଯିବ । ଅବଶ୍ୟ ତୃତୀୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ।

ସେହିଭଳି ନିୟମ ପାଳନ କରୁଥିବା ପରିବାରକୁ ସରକାରଙ୍କ ତରଫରୁ ଖାସ୍ ସୁବିଧା ଦିଆଯିବ । ସରକାରୀ କର୍ମଚାରୀଙ୍କ ଦୁଇଥର ଅତିରିକ୍ତ ଦରମା ବୃଦ୍ଧି, ପ୍ରମୋସନ, ୧୨ ମାସର ମାତୃତ୍ୱ କିମ୍ବା ପିତୃତ୍ୱ ଛୁଟି, ଜୀବନସାଥୀଙ୍କ ବୀମା, ସରକାରୀ ଯୋଜନାରେ ଛାଡ଼ ଭଳି ଅନେକ ସୁବିଧା ଦିଆଯିବ । ସେହିଭଳି ଯେଉଁମାନଙ୍କ ପାଖରେ ସରକାରୀ ଚାକିରି ନାହିଁ ଡ୍ରାଫ୍ଟ ଅନୁଯାୟୀ ସେମାନଙ୍କୁ ପାଣି, ବିଜୁଳି, ଗୃହ ଟ୍ୟାକ୍ସ, ଗୃହ ଋଣ ଭଳି ଅନେକ ସୁବିଧା ଦିଆଯିବା ନେଇ ପ୍ରସ୍ତାବ ରହିଛି ।

Get real time updates directly on you device, subscribe now.